ପରେଶ ରାୱଲ ନ୍ୟାସନାଲ ସ୍କୁଲ୍ ଅଫ ଡ୍ରାମାର ନୂଆ ଅଧ୍ୟକ୍ଷ | News Room Odisha

ପରେଶ ରାୱଲ ନ୍ୟାସନାଲ ସ୍କୁଲ୍ ଅଫ ଡ୍ରାମାର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ – ପ୍ରସିଦ୍ଧ ଅଭିନେତା ତଥା ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ୍ ଅଫ ଡ୍ରାମାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ରାଜସ୍ଥାନୀ କବି ଅର୍ଜୁନ କବିଙ୍କ ସ୍ଥାନ ନେବେ ପରେଶ । କବି ୨୦୧୮ ମସିହାରୁ ଏହି ପଦବୀରେ ଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେଶଙ୍କୁ ଏନଏସଡି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।

ଏନଏସଡି ଟ୍ୱିଟର ହ୍ୟାଣ୍ଡଲରେ ବି ଏ କଥା ଉଲ୍ଲେଖ କରାଯାଇ ପରେଶଙ୍କୁ ଅଭିନନ୍ଦନ ଜଣାଯାଇଛି । ଭାରତୀୟ ସିନେମା ସହ ପରେଶ ରାୱଲ ତିନି ଦଶକରୁ ଅଧିକ ସମୟ ଧରି ଜଡିତ । ୧୯୯୪ ମସିହାରେ ସେ ଶ୍ରେଷ୍ଠ ପାଶ୍ୱ ର୍ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇଛନ୍ତି । ଏହାଛଡା ତାଙ୍କୁ ପଦ୍ମଶ୍ରୀ ଭଳି ବେସାମରିକ ସମ୍ମାନରେ ବି ସମାନ୍ନିତ କରାଯାଇଛି ।