ବକ୍ସ ଅଫିସରେ 'ପଠାନ'ର ରାଜ୍ ଜାରି, 'ବାହୁବଲୀ ୨'ର ରେକର୍ଡ ଭାଙ୍ଗିଲା | News Room Odisha

ବକ୍ସ ଅଫିସରେ ‘ପଠାନ’ର ରାଜ୍ ଜାରି, ‘ବାହୁବଲୀ ୨’ର ରେକର୍ଡ ଭାଙ୍ଗିଲା

ମୁମ୍ବାଇ: ‘ପଠାନ’ ଜରିଆରେ ବଡ଼ ପରଦାକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି ବଲିଉଡ୍ ମେଗାଷ୍ଟାର ଶାହରୁଖ ଖାନ୍। ରିଲିଜର ଚତୁର୍ଥ ସପ୍ତାହରେ ବି ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ପଠାନ’ ବକ୍ସ ଅଫିସରେ ରାଜ୍ କରୁଛି।ବ୍ୟବସାୟ ଦୃଷ୍ଟିରୁ ଶାହରୁଖ ଖାନଙ୍କ ‘ପଠାନ’ ସାଉଥ୍ ବ୍ଲକବଷ୍ଟର ‘ବାହୁବଲୀ ୨’କୁ ପଛରେ ପକାଇ ଦେଇଛି ।

ଜଣାଶୁଣା ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ ଶାହରୁଖଙ୍କ ‘ପଠାନ’ ରିଲିଜ୍ ହେବାର ୨୫ତମ ଦିନରେ ବକ୍ସ ଅଫିସରେ ହିନ୍ଦୀରେ ଆଉ ୩.୨୫ କୋଟି ଏବଂ ଅନ୍ୟ ଭାଷାରେ ୭ ଲକ୍ଷ ବ୍ୟବସାୟ କରିଛି। ଏଥିସହ ‘ପଠାନ’ ବକ୍ସ ଅଫିସ୍ (ଭାରତ)ରେ ଏଯାବତ୍ ସବୁ ଭାଷାରେ ୫୧୧.୪୨ କୋଟି କଲେକ୍ସନ କରିଛି । ଏଥିସହ ‘ପଠାନ’ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘ବାହୁବଲୀ ୨’ର ରେକର୍ଡ ଭାଙ୍ଗିଛି। ବଲିଉଡ୍ ହଙ୍ଗାମା ରିପୋର୍ଟ ଅନୁଯାୟୀ ‘ବାହୁବଲୀ ୨’ର ହିନ୍ଦୀ ଭର୍ସନ ବକ୍ସ ଅଫିସରେ ୫୧୦.୯୯ କୋଟି ସଂଗ୍ରହ କରିଥିଲା। ଏହା ସହିତ ‘ପଠାନ’ ହିନ୍ଦୀ ସିନେମାର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି।

କେବଳ ‘ବାହୁବଲୀ ୨’ ନୁହେଁ, ବକ୍ସ ଅଫିସରରେ ବ୍ୟବସାୟ ଦୃଷ୍ଟିରୁ ଶାହରୁଖ ଖାନଙ୍କ ‘ପଠାନ’ ସାଉଥ ସିନେମାର ବ୍ଲକବଷ୍ଟର କେଜିଏଫ-୨ ଓ ଆରଆରଆର ସହ ଟାଇଗର ଜିନ୍ଦା ହୈ, ଦଙ୍ଗଲ ଓ୍ବାର୍ ଭଳି ଫିଲ୍ମକୁ ପଛରେ ପକାଇଦେଇଛି ।