ଆସନ୍ତା ୮ ତାରିଖର ଭାରତ ବନ୍ଦକୁ ପିସିସିର ସମର୍ଥନ | News Room Odisha

ଆସନ୍ତା ୮ ତାରିଖର ଭାରତ ବନ୍ଦକୁ ପିସିସିର ସମର୍ଥନ

ଭୁବନେଶ୍ୱର- କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆସନ୍ତା ୮ ତାରିଖର ଭାରତ ବନ୍ଦକୁ ରାଜ୍ୟ କଂଗ୍ରେସ ସମର୍ଥନ କରିଛି । ଭାରତ ବନ୍ଦକୁ ସମର୍ଥନ ନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକ ଭିଡିଓ ବାର୍ତା ଜାରି କରିଛନ୍ତି । ଚାଷୀମାନେ ଆମର ଅନ୍ନଦାତା, ଅର୍ଥନୀତିର ମେରୁୁଦଣ୍ଡ ବୋଲି ନିରଂଜନ କହିବା ସହ ବନ୍ଦ ସଫଳ କରିବା ପାଇଁ ଓଡିଶାବାସୀଙ୍କୁ ଭିଡିଓ ଜରିଆରେ ଅନୁରୋଧ କରିଛନ୍ତି ।