ବିହାରରେ ସଂରକ୍ଷଣ ସୀମା ୬୫%କୁ ବୃଦ୍ଧି ବିରୋଧରେ ହାଇକୋର୍ଟରେ ପିଟିସନ | News Room Odisha

ବିହାରରେ ସଂରକ୍ଷଣ ସୀମା ୬୫%କୁ ବୃଦ୍ଧି ବିରୋଧରେ ହାଇକୋର୍ଟରେ ପିଟିସନ

ପାଟନା: ବିହାରରେ ସଂରକ୍ଷଣ ସୀମା ବୃଦ୍ଧି ନିଷ୍ପତ୍ତିକୁ ପାଟନା ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଆବେଦନକାରୀ ଯୁକ୍ତି କରିଛନ୍ତି। ଆଡଭୋକେଟ୍ ଜେନେରାଲ୍ ଅଫିସରେ ଏହି ଆବେଦନ ଦାଖଲ କରାଯାଇଛି।

ସରକାରୀ ଚାକିରି ପାଇଁ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପଛୁଆବର୍ଗ, ଅତି ପଛୁଆ, ଦଳିତ ଏବଂ ମହାଦଳିତଙ୍କ ପାଇଁ ବିହାର ସରକାର ନିକଟରେ ସଂରକ୍ଷଣ ସୀମାକୁ ୫୦% ରୁ ୬୫%କୁ ବୃଦ୍ଧି କରିଥିଲେ । ଏହାବାଦ୍ ଆର୍ଥିକ ଦୃଷ୍ଟିରୁ ପଛୁଆ ସାଧାରଣ ବର୍ଗ ପାଇଁ ପୃଥକ ଭାବେ ପୂର୍ବରୁ ୧୦% ସଂରକ୍ଷଣ ବ୍ୟବସ୍ଥା ରହିଛି । ଏପରି ଭାବେ ରାଜ୍ୟରେ ସଂରକ୍ଷଣ ସୀମା ୭୫%ରେ ପହଞ୍ଚିଛି।