କାଶ୍ମୀରୀ ପଣ୍ଡିତଙ୍କ ଗଣହତ୍ୟା ଘଟଣାର ତଦନ୍ତ ପାଇଁ ପୁଣି ସୁପ୍ରିମକୋର୍ଟରେ ପିଟିସନ | News Room Odisha

କାଶ୍ମୀରୀ ପଣ୍ଡିତଙ୍କ ଗଣହତ୍ୟା ଘଟଣାର ତଦନ୍ତ ପାଇଁ ପୁଣି ସୁପ୍ରିମକୋର୍ଟରେ ପିଟିସନ

ନୂଆଦିଲ୍ଲୀ: ୧୯୮୯-୯୦ରେ ଗଣସଂହାର ଘଟଣାର ତଦନ୍ତ ପାଇଁ କାଶ୍ମୀରୀ ପଣ୍ଡିତମାନେ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ‘ରୁଟ୍ସ ଇନ୍ କାଶ୍ମୀର’ ନାମକ କାଶ୍ମୀରୀ ପଣ୍ଡିତଙ୍କ ଏକ ସଂଗଠନ ସୁପ୍ରିମକୋର୍ଟରେ ଏହି ଘଟଣାର ପୁନଃ ତଦନ୍ତ ପାଇଁ ଆବେଦନ କରିଛି। ଏହାପୂର୍ବରୁ ୨୦୧୭ରେ ମଧ୍ୟ କାଶ୍ମୀର ପଣ୍ଡିତଙ୍କ ଗଣସଂହାରର ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ ୨୭ ବର୍ଷ ତଳର ଏହି ଘଟଣାର ପ୍ରମାଣ ସଂଗ୍ରହ କରିବା କଷ୍ଟସାଧ୍ୟ ବୋଲି ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ଆବେଦନକୁ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା କାଶ୍ମୀରୀ ପଣ୍ଡିତଙ୍କ ସାନି ଆବେଦନରେ କୁହାଯାଇଛି ଯେ ୩୩ ବର୍ଷ ପରେ ସୁପ୍ରିମକୋର୍ଟ ଯଦି ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ଯାଞ୍ଚ ଆଦେଶ ଦେଇଥିଲେ ଏହି ମାମଲାରେ କାହିଁକି ତଦନ୍ତ କରାଯାଇ ପାରିବନି ।

କାଶ୍ମୀର ପଣ୍ଡିତମାନଙ୍କ ଉପରେ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ରିଲିଜ୍ ହେବା ପରେ କାଶ୍ମୀରୀ ପଣ୍ଡିତଙ୍କ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାରେ ରହିଛି।