ଦୁଇ ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ୍ ଦର | News Room Odisha

ଦୁଇ ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ୍ ଦର

ନୂଆଦିଲ୍ଲୀ: ଦୁଇ ଦିନର ବ୍ୟବଧାନ ପରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ଆଜି ପୁଣି ବୃଦ୍ଧି ପାଇଛି। ଏହାପୂର୍ବରୁ ବୁଧବାର ଏବଂ ମଙ୍ଗଳବାର ଦିନ ତୈଳ ଦର ସ୍ଥିର ରହିଥିଲା। ଆଜି ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫-୩୫ ପଇସା ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୪.୭୯ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୩.୫୪ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୧୦.୭୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦୧.୪୦ ଟଙ୍କା ରହିଛି। ପାଟଣାରେ ପେଟ୍ରୋଲ ଲିଟର ପିଛା ୧୦୮.୦୪ ପାଉଥିବାବେଳେ ଡିଜେଲ ଏଠାରେ ଲିଟର ପିଛା ୧୦୦.୦୭ ମିଳୁଛି |

କୋଲକାତାରେ ପେଟ୍ରୋଲ ହାର ଲିଟର ପିଛା ୧୦୫.୪୩ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୬.୬୩ ଟଙ୍କାରେ ବିକ୍ରି ହେଉଛି। ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୧୦ ଟଙ୍କା ବିକ୍ରି ହେଉଥିବାବେଳେ ଏଠାରେ ଲିଟର ପିଛା ୯୭.୯୩ ଟଙ୍କା ଡିଜେଲ ଉପଲବ୍ଧ ହେଉଛି। ଚଣ୍ଡିଗଡ଼ରେ ପେଟ୍ରୋଲ ପିଛା ୧୦୦.୮୬ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୩.୩୪ ଟଙ୍କାରେ ବିକ୍ରି ହେଉଛି।