କରୋନା ଅପଡେଟ୍: ଦୁଇମାସ ପରେ ମହଙ୍ଗା ହେଲା ପେଟ୍ରୋଲ | News Room Odisha

କରୋନା ଅପଡେଟ୍: ଦୁଇମାସ ପରେ ମହଙ୍ଗା ହେଲା ପେଟ୍ରୋଲ

ନୂଆଦିଲ୍ଲୀ: ପ୍ରାୟ ଦୁଇମାସ ପରେ ଆଜି ଦେଶରେ ପେଟ୍ରୋଲ ଦର ବୃଦ୍ଧି ପାଇଛି। ଏଥି ସହିତ ଗତ ପାଞ୍ଚ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ଡିଜେଲ ମହଙ୍ଗା ହୋଇଛି। ଦେଶର ବିଭିନ୍ନ ସହରରେ ପେଟ୍ରୋଲ ୨୦ ରୁ ୨୨ ପଇସା ମହଙ୍ଗା ହୋଇଛି | ଏଥି ସହିତ ଡିଜେଲର ମୂଲ୍ୟ ଆଜି ୭୫ ପଇସା ବୃଦ୍ଧି ପାଇଛି। ଏହାପୂର୍ବରୁ ସେପ୍ଟେମ୍ବର ୨୪, ୨୬ ଏବଂ ୨୭ରେ ଡିଜେଲ ଦର ବଢିଥିଲା । ଆଜି ନୂଆ ମୂଲ୍ୟ କ’ଣ ଜାଣନ୍ତୁ ।

ସଦ୍ୟତମ ମୂଲ୍ୟ ଅନୁଯାୟୀ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ପ୍ରାୟ ୧୧୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଏଠାରେ ଡିଜେଲ ଲିଟର ପିଛା ଟଙ୍କା ୯୮.୮୫ ପଇସାରେ ବିକ୍ରି ହେଉଛି। ଏଥି ସହିତ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୦୭.୪୭ ଟଙ୍କାରେ ଏବଂ ଏକ ଲିଟର ଡିଜେଲ ୯୭.୨୧ ଟଙ୍କାରେ ବିକ୍ରି ହେଉଛି।

ସେପ୍ଟେମ୍ବର ୨୪ରେ ଡିଜେଲ୍ ଲିଟର ପିଛା ୨୦ ପଇସା, ରବିବାର ଦିନ ଲିଟର ପିଛା ୨୫ ପଇସା ଏବଂ ସୋମବାର ଦିନ ପୁଣି ୨୫ ପଇସା ବୃଦ୍ଧି କରାଯାଇଛି। ଅର୍ଥାତ୍ ସେପ୍ଟେମ୍ବର ୨୪ ଠାରୁ, ଏକ ଲିଟର ଡିଜେଲ ଟ୧.୪୫ଙ୍କା ମହଙ୍ଗା ହୋଇଛି |