ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର | News Room Odisha

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର

ନୂଆଦିଲ୍ଲୀ: ଦୁଇ ଦିନର ବ୍ୟବଧାନ ପରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୁଧବାର ପୁଣି ବୃଦ୍ଧି ଘଟିଛି। ତୈଳ କମ୍ପାନୀଗୁଡିକ ସିଧାସଳଖ ଲିଟର ପିଛା ୩୫-୩୫ ପଇସା ବୃଦ୍ଧି କରିଛନ୍ତି | ଏହି କାରଣରୁ ବୁଧବାର ଦିନ ଦିଲ୍ଲୀରେ ପେଟ୍ରୋଲ ମହଙ୍ଗା ହୋଇ ଲିଟର ପିଛା ୧୦୬.୧୯ ଟଙ୍କାରେ ପହଞ୍ଚିଛି। ଡିଜେଲ ମଧ୍ୟ ୩୫ ପଇସା ବଢ଼ ଲିଟର ପିଛା ୯୪.୯୨ ଟଙ୍କା ହୋଇଛି।

ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଥିଲା, ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଥିଲା । କିନ୍ତୁ ବୁଧବାର ସକାଳେ ପୁଣି ଦର ବଢ଼ିଛି |
କ୍ରମାଗତ ଚାରି ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧.୪୦ ଟଙ୍କା ବୃଦ୍ଧି ହେବା ପରେ ମଙ୍ଗଳବାର ଦିନ ମୂଲ୍ୟ ସ୍ଥିର ରହିଥିଲା। ଡିଜେଲ ମୂଲ୍ୟରେ ଦ୍ରୁତ ଗତିରେ ବୃଦ୍ଧି ହେତୁ ଦେଶର ଅନେକ ସ୍ଥାନରେ ଲିଟର ପିଛା ୧୦୦ ରୁ ଅଧିକ ମୂଲ୍ୟରେ ଇନ୍ଧନ ଉପଲବ୍ଧ ହେଉଛି। କିଛି ମାସ ପୂର୍ବରୁ ପେଟ୍ରୋଲ ୧୦୦ ଟଙ୍କା ଟପିଥିଲା ​​|