ବ୍ୟାନ୍ ବିରୋଧରେ କୋର୍ଟ ଯିବ ପିଏଫ୍ଆଇ, ଆକାଉଣ୍ଟ ବନ୍ଦ କଲା ଟ୍ବିଟର | News Room Odisha

ବ୍ୟାନ୍ ବିରୋଧରେ କୋର୍ଟ ଯିବ ପିଏଫ୍ଆଇ, ଆକାଉଣ୍ଟ ବନ୍ଦ କଲା ଟ୍ବିଟର

ନୂଆଦିଲ୍ଲୀ: ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)କୁ ସରକାର ନିଷିଦ୍ଧ କରିବା ପରେ ଏହି ସଂଗଠନ ବିରୋଧରେ ସୋସିଆଲ ମିଡ଼ିଆ କମ୍ପାନୀ ଟ୍ବିଟର ମଧ୍ୟ ଆକ୍ସନ ନେଇଛି । ପିଏଫ୍ଆଇ ଓ ଏହା ସହ ଜଡ଼ିତ ଲୋକଙ୍କ ଆକାଉଣ୍ଟକୁ ଟ୍ବିଟର ବ୍ୟାନ କରିଛି । ଅନ୍ୟପକ୍ଷରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ପିଏଫ୍ଆଇର ଛାତ୍ର ସଂଗଠନ ‘କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ’ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ‘କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ’ ସରକାରଙ୍କ ପଦକ୍ଷେପକୁ ଅଗଣତାନ୍ତ୍ରିକ ବୋଲି କହିଛିି । ବୁଧବାର ସରକାର ପିଏଫଆଇ ଏବଂ ଏହାର ସହଯୋଗୀ ସଂସ୍ଥା ଗୁଡିକୁ ଉପରେ ପାଞ୍ଚ ବର୍ଷ ବ୍ୟାନ୍ ଲଗାଇଥିଲେ।

ପିଏଫ୍ଆଇର ଟ୍ୱିଟର ଆକାଉଣ୍ଟ ଉପରେ କଟକଣା ଲଗାଯାଇଛି। ପ୍ରକାଶ ଯେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଭିଯୋଗକୁ ଆଧାର କରି ଟ୍ୱିଟର ଇଣ୍ଡିଆ ଏହି ପଦକ୍ଷେପ ନେଇଛି। ଏବେ ଏହି ସଂଗଠନ ସହିତ ଜଡିତ ଲୋକମାନେ ଆଇନଗତ ବିକଳ୍ପ ଖୋଜୁଛନ୍ତି | ପ୍ରାୟ ୧୩ଟି ରାଜ୍ୟରେ ପିଏଫ୍ଆଇ ଠିକଣା ଉପରେ ଘନଘନ ଚଢ଼ାଉ ପରେ ସରକାର ବୁଧବାର ଏହି ସଂଗଠନକୁ ୫ ବର୍ଷ ପାଇଁ ନିଷିଦ୍ଧ କରିଥିଲେ ।