ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଚାରି ଦିନ ଅଟକ ରହିଥିବା ବିମାନ ମୁମ୍ବାଇରେ ପହଞ୍ଚିଲା | News Room Odisha

ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଚାରି ଦିନ ଅଟକ ରହିଥିବା ବିମାନ ମୁମ୍ବାଇରେ ପହଞ୍ଚିଲା

ନୂଆଦିଲ୍ଲୀ: ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସର ପ୍ୟାରିସ ନିକଟ ଏକ ବିମାନ ବନ୍ଦରରେ ଚାରି ଦିନ ଅଟକ ରହିବା ପରେ ଭାରତୀୟ ଯାତ୍ରୀଙ୍କୁ ନେଇ ରୋମାନିଆର ଏକ ବିମାନ ମଙ୍ଗଳବାର ମୁମ୍ବାଇରେ ପହଞ୍ଚିଛି ‌। ଏହି ବିମାନରେ ୨୭୬ ଜଣ ଯାତ୍ରୀ ଥିଲେ। ଏୟାରବସ୍ ଏ-୩୪୦ ବିମାନ ମୁମ୍ବାଇରେ ଭୋର୍ ପ୍ରାୟ ୪ଟାରେ ଅବତରଣ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଏହି ବିମାନ ଫ୍ରାନ୍ସର ଭ୍ୟାଟ୍ରି ବିମାନ ବନ୍ଦରରୁ ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୨.୩୦ରେ ଉଡ଼ାଣ ଭରିଥିଲା ।

ଫ୍ରାନ୍ସର ଅଧିକାରୀଙ୍କ କହିବାନୁସାରେ, ଯେତେବେଳେ ବିମାନଟି ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା, ସେତେବେଳେ ବିମାନରେ ୨୭୬ ଯାତ୍ରୀ ଥିଲେ । ଦୁଇ ନାବାଳକଙ୍କ ସହ ଆଉ ୨୫ ଜଣ ଲୋକ ଶରଣାର୍ଥୀ ଭାବେ ଫ୍ରାନ୍ସରେ ରହିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସେମାନେ ସେଠାରେ ରହିଛନ୍ତି।