୯୫ ବର୍ଷରେ ଆଡଭାନୀ, ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ  | News Room Odisha

୯୫ ବର୍ଷରେ ଆଡଭାନୀ, ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ 

ନୂଆଦିଲ୍ଲୀ: ଆଜି ବିଜେପିର ପୂର୍ବତନ ଅଧ୍ୟକ୍ଷ ଓ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ। ଏହି ବରିଷ୍ଠ ନେତା ୯୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆଡଭାନୀଙ୍କ ଘରେ ପହଞ୍ଚି ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଲାଲ କୃଷ୍ଣ ଆଡଭାନୀଙ୍କ ଘରେ ପ୍ରାୟ ଅଧ ଘଣ୍ଟା ରହିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲ କୃଷ୍ଣ ଆଡଭାନୀଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆଡଭାନୀଙ୍କ ଘରକୁ ଯାଇ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।