ଇସ୍ରାଏଲ ଉପରେ ଆକ୍ରମଣ ନେଇ ଏମିତି ପ୍ରତିକ୍ରିୟା ରଖିଲେ ମୋଦୀ | News Room Odisha

ଇସ୍ରାଏଲ ଉପରେ ଆକ୍ରମଣ ନେଇ ଏମିତି ପ୍ରତିକ୍ରିୟା ରଖିଲେ ମୋଦୀ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହାମାସର ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୋଦୀ ଲେଖିଛନ୍ତି, ଇସ୍ରାଏଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଖବର ଶୁଣି ସ୍ତବ୍ଧ । ଆକ୍ରମଣର ଶିକାର ହୋଇଥିବା ଏବଂ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସହ ଆମ ସମବେଦନା ଏବଂ ପ୍ରାର୍ଥନା ରହିଛି | ଏହି କଠିନ ସମୟରେ ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ |

ଶନିବାର ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହାମାସ୍ ଇସ୍ରାଏଲ ଉପରେ ୭ ହଜାରରୁ ଅଧିକ ରକେଟ୍ ମାଡ଼ କରିଛି। ହାମାସର ଏହି ଆକ୍ରମଣରେ ଏଯାବତ୍ ୨୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହାଛଡା ହାମାସର ସଶସ୍ତ୍ର ଆତଙ୍କବାଦୀମାନେ ଇସ୍ରାଏଲରେ ପଶି‌ ଲୋକଙ୍କୁ ଟାର୍ଗେଟ୍ କରିଥିବା କୁହାଯାଇଛି । ଇସ୍ରାଏଲ୍ ମଧ୍ୟ ଏହି ଆକ୍ରମଣର ଜବାବ୍ ଦେଇଛି । ଇସ୍ରାଏଲ ତରଫରୁ ପାଲେଷ୍ଟାଇନ ଅଞ୍ଚଳରେ ପାଲଟା ଆକ୍ରମଣ ହୋଇଛି ।