ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ପତ୍ତି ବଢ଼ିଛି | News Room Odisha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ପତ୍ତି ବଢ଼ିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ପତ୍ତି ବଢ଼ିଛି । ଗତ ବର୍ଷ ତୁଳନାରେ ପିଏମ ମୋଦୀଙ୍କ ସମ୍ପତ୍ତିରେ ୨୬.୧୩ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି। ମୋଦୀଙ୍କ ପାଖରେ ମୋଟ ୨.୩୩ କୋଟିର ସମ୍ପତ୍ତି ରହିଛି। ତେବେ ବର୍ତ୍ତମାନ ତାଙ୍କର କୌଣସି ଅସ୍ଥାବର ସମ୍ପତ୍ତି ନାହିଁ ।

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ (ପିଏମଓ) ୱେବସାଇଟରେ ଘୋଷଣା କରାଯାଇଛି। ଏଥିରେ ପ୍ରଦତ୍ତ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ରଖିଥିବା ଅଧିକାଂଶ ସ୍ଥାବର ସମ୍ପତ୍ତି ବ୍ୟାଙ୍କରେ ଜମା ହୋଇଛି। ଏହାଛଡ଼ା ମୋଦୀଙ୍କର କୌଣସି ବଣ୍ଡ୍, ମ୍ୟୁଚୁଆଲ ଫଣ୍ଡ୍ କିମ୍ବା ସେୟାର ନାହିଁ। କିମ୍ବା ତାଙ୍କ ପାଖରେ ନିଜର କୌଣସି ଯାନ ନାହିଁ । ତେବେ ମୋଦୀଙ୍କ ଚାରୋଟି ସୁନା ମୋଦୀ ରହିଛି।

ମୋଦୀଙ୍କର ୨,୨୩,୮୨,୫୦୪ ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଏବଂ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ୧.୧ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଥିଲା। ସେ ବର୍ତ୍ତମାନ ତାଙ୍କର ଅସ୍ଥାବର ସମ୍ପତ୍ତି ଦାନ କରିଦେଇଛନ୍ତି ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ସମ୍ପତ୍ତି ନାହିଁ । ତାଙ୍କର ସମ୍ପତ୍ତି ବର୍ତ୍ତମାନ ୨.୩୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ୩୫,୨୫୦ ଟଙ୍କା ନଗଦ ଅଛି। ଏହାଛଡ଼ା ତାଙ୍କ ନାମରେ ୧୮୯୩୦୫ ଟଙ୍କା ଜୀବନ ବୀମା ପଲିସି ଅଛି ।