ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା' ହୀରାବେନଙ୍କ ପରଲୋକ  | News Room Odisha

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାବେନଙ୍କ ପରଲୋକ 

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କ ପରଲୋକ ହୋଇଯାଇଛି । ଆଜି ଭୋର୍ ପ୍ରାୟ ୩.୩୦ରେ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୀରାବେନଙ୍କ ଦେହାନ୍ତ ହୋଇଛି ।

ଚଳିତ ବର୍ଷ ନିଜ ୧୦୦ତମ ଜନ୍ମ ଦିବସ ପାଳନ କରିଥିବା ହୀରାବେନଙ୍କ ସ୍ବାସ୍ଥ୍ୟ ହଠାତ୍ ବିଗିଡ଼ି ଯିବାପରେ ବୁଧବାର ତାଙ୍କୁ ଅହମ୍ମଦାବାଦର ୟୁଏନ୍ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ ଯାଇ ମା’ଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ।

ସୂଚନାନୁସାରେ ହୀରାବେନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଏବଂ ରକ୍ତଚାପ ସମସ୍ୟା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗାନ୍ଧୀନଗର ନିକଟସ୍ଥ ରାଇସାନ ଗ୍ରାମରେ ହେରାବେନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାନ ଭାଇ ପଙ୍କଜ ମୋଦୀଙ୍କ ସହ ରହୁଥିଲେ। ଗୁଜରାଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କୁ ନିୟମିତ ଦେଖା କରୁଥିଲେ ।

ମା’ ହୀରାବେନଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ଅହମ୍ମଦାବାଦ ଯାଇଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।