ଓମିକ୍ରନ୍ ଆତଙ୍କ: ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ | News Room Odisha

ଓମିକ୍ରନ୍ ଆତଙ୍କ: ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍‌ର ଦିନକୁ ଦିନ ବଢୁଥିବା ବିପଦ ମଧ୍ୟରେ କୋଭିଡ୍-୧୯ ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଜେନୋମ ସ୍ବିକ୍ବେନ୍ସିଂର ବର୍ତ୍ତମାନ ପର୍ଯ୍ୟନ୍ତ ୨୧୬ଟି ଓମିକ୍ରୋନ୍ ମାମଲା ଚିହ୍ନଟ ହୋଇଛି | ଦିଲ୍ଲୀରେ ୫୭ ଟି ମାମଲା ରିପୋର୍ଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬୫ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ତେଲେଙ୍ଗାନାରେ ୨୪ଟି, କର୍ଣ୍ଣାଟକରେ ୧୯ଟି, ରାଜସ୍ଥାନରେ ୧୮, କେରଳର ୯ ଏବଂ ଗୁଜୁରାଟରେ ୨୩, ହରିୟାଣାର ଗୋଟିଏ ଓମିକ୍ରୋନ ମାମଲା ରିପୋର୍ଟ ହୋଇଛି। ଏପର୍ଯ୍ୟନ୍ତ ଦେଶର ୧୫ ଟି ରାଜ୍ୟରେ ଓମିକ୍ରନ୍ ମାମଲା ରେକର୍ଡ କରାଯାଇଛି ।

କରୋନାର ଡେଲଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ତିନି ଗୁଣ ଦ୍ରୁତ ଗତିରେ ବ୍ୟାପିଥାଏ । ତେଣୁ ସତର୍କ ହେବାର ସମୟ ଆସିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି ।

Narendra ModiOmicron Variant