ଶବ ବ୍ୟବଚ୍ଛେଦ ରିପୋର୍ଟରେ ଖୁଲାସା, ଦଳିତ ନାବାଳିକା ଭଉଣୀଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଥିଲା; ୬ ଗିରଫ | News Room Odisha

ଶବ ବ୍ୟବଚ୍ଛେଦ ରିପୋର୍ଟରେ ଖୁଲାସା, ଦଳିତ ନାବାଳିକା ଭଉଣୀଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଥିଲା; ୬ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖୀମପୁର-ଖେରିରେ ଦୁଇ ଦଳିତ ନାବାଳିକ ଭଉଣୀଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବଡ଼ ଖୁଲାସା ହୋଇଛି । ସୂତ୍ରରୁ ପ୍ରକାଶ ଯେ ବ୍ୟବଚ୍ଛେଦ ରିପୋର୍ଟରେ ଦୁଇ ଭଉଣୀଙ୍କ ହତ୍ୟା ପୂର୍ବରୁ ବଳାତ୍କାର ହୋଇଥିବା ସ୍ପଷ୍ଟ ହୋଇଛି । ବଳାତ୍କାର ପରେ ସେମାନଙ୍କୁ ତଣ୍ଟିଚିପି ହତ୍ୟା କରାଯାଇ ଗଛରେ ଝୁଲାଇ ଦେଇଥିଲେ ଦୁର୍ବୃତ୍ତ ।

ଏହାପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଦାବି କରିଥିଲା ଯେ ଦୁଇ ନାବାଳିକା ଭଉଣୀଙ୍କୁ ପୂର୍ବରୁ ଜାଣିଥିଲେ ଅଭିଯୁକ୍ତଙ୍କ । ଏହି ମାମଲାରେ ସମ୍ପୃକ୍ତ ସମସ୍ତ ୬ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତ ଲାଲପୁର ଗାଁର ବାସିନ୍ଦା। ପୋଲିସର ସୂଚନାନୁସାରେ – ବାଳିକାମାନଙ୍କୁ ଗଳା ଦବାଇ ହତ୍ୟା କରାଯାଇଥିଲା। ହତ୍ୟା ପରେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିଦେଇଥିଲେ। ଦୁଇ ଅଭିଯୁକ୍ତ ଅପରାଧ ସ୍ୱୀକାର କରିଛନ୍ତି। ଧାରା ୩୦୨, ୩୦୭ ଏବଂ ପକ୍ସୋ ଅନୁଯାୟୀ ମାମଲା ରୁଜୁ ହୋଇଛି |

ଉତ୍ତର ପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାର ତାମୋଲିନ୍ ଗାଁରେ ଦୁଇ ଦଳିତ ନାବାଳିକା ଭଉଣୀଙ୍କ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେମାନଙ୍କୁ ଜୋର୍ ଜବରଦସ୍ତି ଘରୁ ଉଠାଇ ନେଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।

ମୃତ ନାବାଳିକାଙ୍କ ମା ଗଣମାଧ୍ୟମ ଏବଂ ପୋଲିସକୁ କହିଥିଲେ ଯେ ଅଭିଯୁକ୍ତମାନେ ଗତକାଲି ରାତିରେ ତାଙ୍କର ଦୁଇ ଝିଅଙ୍କୁ ଘରୁ ଜବରଦସ୍ତି ବାଇକରେ ନେଇ ଯାଇଥିଲେ। ବାଳିକାଙ୍କ ମା ଅଭିଯୋଗ କରିଛନ୍ତି ଯେ ସେ ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କଲାବେଳେ ତାଙ୍କୁ ସେମାନେ ମାଡ଼ ମାରିଥିଲେ। ପରେ ପରିବାର ଏବଂ ଗ୍ରାମବାସୀ ଦୁଇ ଝିଅଙ୍କୁ ଖୋଜାଖୋଜି କରିବା ବେଳେ ସେମାନଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିଥିଲ ।