ସ୍ମାଇଲ୍ ପ୍ଲିଜ୍ ! ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଲା ରୋଭର ପ୍ରଜ୍ଞା | News Room Odisha

ସ୍ମାଇଲ୍ ପ୍ଲିଜ୍ ! ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଲା ରୋଭର ପ୍ରଜ୍ଞା

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ରୋଭର ‘ପ୍ରଜ୍ଞା’ ଆଜି ଲ୍ୟାଣ୍ଡର ‘ବିକ୍ରମ’ର ଏକ ଫଟୋ ସେୟାର କରିଛି । ‘ପ୍ରଜ୍ଞା’ ଏହାର ନାଭିଗେସନ୍ କ୍ୟାମେରା ସହାୟତାରେ ଏହି ଫଟୋ ଉଠାଇଛି | ଫଟୋ ଉଠେଇବା ପୂର୍ବରୁ ଲ୍ୟାଣ୍ଡର ବିକ୍ରମକୁ “ସ୍ମାଇଲ ପ୍ଲିଜ୍’ ବୋଲି କହିଥିଲା । ଗତ ସପ୍ତାହରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ସମ୍ପ୍ରତି ଚନ୍ଦ୍ରର ରହସ୍ୟ ଆବିଷ୍କାର କରିବା ଜାରି ରଖିଛି ‘ପ୍ରଜ୍ଞା’ । ରୋଭର ‘ପ୍ରଜ୍ଞା’ ଚନ୍ଦ୍ରରେ ଅମ୍ଳଜାନ, ସଲଫର୍, ଆଲୁମିନିୟମ୍ ସହ ଜୀବସତ୍ତା ପାଇଁ ଆବଶ୍ୟକ ଅନେକ ଉପାଦାନର ଉପସ୍ଥିତି ନିଶ୍ଚିତ କରିଛି । ଏବେ ପ୍ରଜ୍ଞା ହାଇଡ୍ରୋଜେନର ସନ୍ଧାନ ଜାରି ରଖିଛି।

ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ଓ ଚତୁର୍ଥ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ।