ଚୀନ୍ ସୀମାରେ ମୁତୟନ ହେବ 'ପ୍ରଳୟ' କ୍ଷେପଣାସ୍ତ୍ର  | News Room Odisha

ଚୀନ୍ ସୀମାରେ ମୁତୟନ ହେବ ‘ପ୍ରଳୟ’ କ୍ଷେପଣାସ୍ତ୍ର 

ନୂଆଦିଲ୍ଲୀ: ତଓ୍ବାଙ୍ଗ ସଂଘର୍ଷ ପରେ କେନ୍ଦ୍ର ସରକାର ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଚୀନ୍ ସୀମାରେ ‘ପ୍ରଳୟ’ କ୍ଷେପଣାସ୍ତ୍ର ମୁତୟନ କରାଯିବ । ପ୍ରାୟ ୧୨୦ଟି ‘ପ୍ରଳୟ’ କ୍ଷେପଣାସ୍ତ୍ର କ୍ରୟ ସଂକ୍ରାନ୍ତ ନିଷ୍ପତ୍ତିକୁ ପ୍ରତିରକ୍ଷା ମନ୍ତ୍ରାଳୟ ମଞ୍ଜୁରି ଦେଇଛି । ଏହି କ୍ଷେପଣାସ୍ତ୍ର ୧୫୦ରୁ ୫୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଉକ୍ତ କ୍ଷେପଣାସ୍ତ୍ରରେ ୩୫୦ରୁ ୭୦୦ କେଜି ପର୍ଯ୍ୟନ୍ତ ବିସ୍ଫୋରକ ରହିପାରିବ। ମୁଖ୍ୟତଃ ଶତ୍ରୁପକ୍ଷର ରାଡାର, ଯୋଗାଯୋଗ କେନ୍ଦ୍ର,କମାଣ୍ଡ ଏବଂ କଣ୍ଟ୍ରୋଲ କେନ୍ଦ୍ର ଏବଂ ଅତ୍ୟାଧୁନିକ ଏୟାରଫିଲ୍ମସଗୁଡ଼ିକୁ ଏଥିରେ ଟାର୍ଗେଟ କରାଯାଇ ପାରିବ। ଏପରିକି ମଝି ଆକାଶରେ ପ୍ରଳୟ ନିଜ ପଥ ପରିବର୍ତ୍ତନ କରି ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ମାଡ଼ କରିପାରିବ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ଉକ୍ତ କ୍ଷେପଣାସ୍ତ୍ରର ନିର୍ମାଣ ୨୦୧୫ରେ ଆରମ୍ଭ କରିଥିଲା। ଗତବର୍ଷ ଡିସେମ୍ବର ୨୧ ଏବଂ ୨୨ରେ ଏହାର ସଫଳ ପରୀକ୍ଷଣ ହୋଇଥିଲା।