ମୃତ୍ୟୁ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ମୃତ୍ୟୁ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପଞ୍ଚମ ମୃତ୍ୟୁ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଜପେୟୀଙ୍କ ସମାଧୀସ୍ଥଳ ସଦୈବ ଅଟଳ ସ୍ମାରକ ଠାରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ବାଜପେୟୀଙ୍କ‌ ସମାଧିରେ ପୁଷ୍ପାଞ୍ଜଳି ଦେଇଥିଲେ ।

ଦେଶ ପ୍ରତି ବାଜପେୟୀଙ୍କ ଅବଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ଆଜି ୧୪୦ କୋଟି ଭାରତୀୟଙ୍କ ସହ ମୁଁ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବାଜପେୟୀଙ୍କ ନେତୃତ୍ୱରୁ ଭାରତ ବହୁତ ଲାଭବାନ ହୋଇଛି | ଆମ ଦେଶର ପ୍ରଗତିକୁ ଆଗେଇ ନେବା ଏବଂ ଅନେକ କ୍ଷେତ୍ରରେ ଏହାକୁ ଏକବିଂଶ ଶତାବ୍ଦୀକୁ ନେବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ‌ବୋଲି ମୋଦୀ କହିଛନ୍ତି ।