ବଢ଼ିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର | News Room Odisha

ବଢ଼ିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ନଭେମ୍ବର ମାସ ଆରମ୍ଭରୁ ଲୋକଙ୍କୁ ଲାଗିଛି ମହଙ୍ଗା ଝଟକା । ପିଆଜ ଦର ବୃଦ୍ଧି ଯୋଗୁଁ ଲୋକଙ୍କ ରୋଷେଇ ଘର ବଜେଟ୍ ପ୍ରଭାବିତ ହୋଇଥିବା ବେଳେ ଏବେ ପୁଣି ଏଲପିଜି ସିଲିଣ୍ଡର ଦର ବଢ଼ିଛି | ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡ଼ିକ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ବଢ଼ାଇଛନ୍ତି । ସିଲିଣ୍ଡର ପିଛା ୧୦୧.୫୦ ଟଙ୍କା ବୃଦ୍ଧି କରାଯାଇଛି। ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡର ଏବେ ୧୭୩୧ରୁ ବୃଦ୍ଧି ପାଇ ୧୮୩୩ ଟଙ୍କା ହୋଇଯାଇଛି। ମୁମ୍ବାଇରେ ଏହା ୧୮୮୫.୫୦ ଟଙ୍କା, କୋଲକାତାରେ ୧୯୪୩, ଚେନ୍ନାଇରେ ୧୯୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି ହୋଇଛି |