ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ | News Room Odisha

ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂସଦର ଉଭୟ ଗୃହ ଓ ସବୁ ରାଜ୍ୟ ବିଧାନସଭାରେ ପୂର୍ବାହ୍ନ ୧୦ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ ଦେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଭୋଟ ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବି ମତଦାନ କରିଛନ୍ତି । ଏଥର ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪୮୦୦ ସାଂସଦ ଏବଂ ବିଧାୟକ ଭୋଟ ଦେବେ । ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ୨୭ଟି ଦଳର ସମର୍ଥନ ଥିବାରୁ ତାଙ୍କ ବିଜୟ ନିଶ୍ଚିତ | ଅନ୍ୟପକ୍ଷରେ ବିରୋଧୀ ଦଳ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କେବଳ ୧୪ଟି ଦଳର ସମର୍ଥନ ରହିଛି ।