ମାଣ୍ଡିଆ ଉପରେ ଗୀତ ରଚନା ପାଇଁ ଗ୍ରାମି ପୁରସ୍କାର ଦୌଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ | News Room Odisha

ମାଣ୍ଡିଆ ଉପରେ ଗୀତ ରଚନା ପାଇଁ ଗ୍ରାମି ପୁରସ୍କାର ଦୌଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲିଖିତ ଗୀତ ‘ଅବଣ୍ଡେନ୍ସ ଇନ୍ ମିଲେଟସ୍’ ସମ୍ମାନଜନକ ଗ୍ରାମି ପୁରସ୍କାର ପାଇଁ ମନୋନୀତ ହୋଇଛି। ବେଷ୍ଟ ଗ୍ଲୋବାଲ୍ ମ୍ୟୁଜିକ୍ ପରଫର୍ମାନ୍ସ ବର୍ଗରେ ମନୋନୀତ ହୋଇଛି ଏହି ଗୀତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଗାୟକ ଫାଲୁଗନୀ ଶାହ ଏବଂ ତାଙ୍କ ସ୍ୱାମୀ ଗୌରବ ଶାହା ମିଳିତ ଭାବେ ଏହି ଗୀତ ଲେଖିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ଗାୟକଙ୍କ ଅନୁରୋଧ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଗୀତର କିଛି ଅଂଶ ଲେଖିଥିଲେ। ପ୍ରଥମ ଥର ପାଇଁ ଜଣେ ରାଜନେତାଙ୍କୁ ଗ୍ରାମି ପୁରସ୍କାର ପାଇଁ ମନୋନୀତ କରାଯାଇଛି | ପିଏମ ମୋଦୀଙ୍କ ଦ୍ୱାରା ଲିଖିତ ଏହି ଗୀତ ଜୁନ୍ ୧୬ରେ ମୁକ୍ତିଲାଭ କରିଥିଲା | ଏହି ଗୀତରେ ମିଲେଟ୍ ଚାଷ ଏବଂ ଏକ ପୁଷ୍ଟିକର ଖାଦ୍ୟଶସ୍ୟ ଭାବେ ଏହାର ଉପାଦେୟତା ବିଷୟରେ ବର୍ଣ୍ଣନା କରାଯାଇଛି | ଭାରତର ପ୍ରସ୍ତାବ କ୍ରମେ ଚଳିତ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି । ଏଥିପାଇଁ ଏହି ଗୀତ ପ୍ରସ୍ତୁତ ହୋଇଥିଲା ବୋଲି ଏହାର ଗାୟିକା ଫାଲଗୁନୀ ଶାହା କହିଛନ୍ତି ।