ପ୍ରଧାନମନ୍ତ୍ରୀ ନିଜ 'ପ୍ରୋଫାଇଲ୍' ଫଟୋରେ ଲଗାଇଲେ ତ୍ରିରଙ୍ଗା, ଲୋକଙ୍କୁ ବି ଡିପି ବଦଳାଇବାକୁ କଲେ ଅପିଲ | News Room Odisha

ପ୍ରଧାନମନ୍ତ୍ରୀ ନିଜ ‘ପ୍ରୋଫାଇଲ୍’ ଫଟୋରେ ଲଗାଇଲେ ତ୍ରିରଙ୍ଗା, ଲୋକଙ୍କୁ ବି ଡିପି ବଦଳାଇବାକୁ କଲେ ଅପିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସବୁ ସୋସିଆଲ ମିଡିଆ ଆକାଉଣ୍ଟର ‘ପ୍ରୋଫାଇଲ୍’ ଫଟୋ ବଦଳାଇ ଡିପିରେ ତ୍ରିରଙ୍ଗା ଲଗାଇଛନ୍ତି। ନିକଟରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୯୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ’ ହର ଘର ତ୍ରିରଙ୍ଗା ‘ଅଭିଯାନ ବିଷୟରେ କହିଥିଲେ ଏବଂ ଅଗଷ୍ଟ ୨ ରୁ ୧୫ ମଧ୍ୟରେ ଲୋକଙ୍କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ତ୍ରିରଙ୍ଗାକୁ ପ୍ରୋଫାଇଲ୍ ଫଟୋ ଭାବେ ରଖିବାକୁ ଆହ୍ବାନ କରିଥିଲେ । ଆଜିଠୁ ତଥା ଅଗଷ୍ଟ ୨ରୁ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗାକୁ ତାଙ୍କର ‘ପ୍ରୋଫାଇଲ୍’ ଫଟୋ ଭାବରେ ରଖିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ୨ ଅଗଷ୍ଟ ସ୍ବତନ୍ତ୍ର! ଆମେ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ, ଆମ ଦେଶ #HarGharTiranga ପାଇଁ ପ୍ରସ୍ତୁତ। ତ୍ରିରଙ୍ଗା ପାଇଁ ଏହା ଏକ ସାମୁହିକ ଆନ୍ଦୋଳନ । ମୁଁ ମୋର ସୋସିଆଲ ମିଡିଆ ପେଜରେ ଡିପି ବଦଳାଇ ଦେଇଛି ଏବଂ ଆପଣ ସମସ୍ତଙ୍କୁ ଏପରି କରିବାକୁ ଅନୁରୋଧ କରୁଛି |