ଲକ୍ଷ୍ମୀପୁର ଖେରୀ ଘଟଣାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପ୍ରିୟଙ୍କା | News Room Odisha

ଲକ୍ଷ୍ମୀପୁର ଖେରୀ ଘଟଣାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପ୍ରିୟଙ୍କା

ଲକ୍ଷ୍ମପୁର ଖେରୀ: କଂଗ୍ରେସ ମହାସଚିବ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲକ୍ଷ୍ମୀପୁର ଖେରୀ ଘଟଣାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଇସ୍ତଫା ନ ଦିଅନ୍ତି ତେବେ ଏହି ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ଏହି ମାମଲାର ତଦନ୍ତ କାହିଁକି ସିଟିଂ ଜଜ୍ ଙ୍କ ଦ୍ଵାରା କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ଯଦି ଜଣେ ସିଟିଂ ଜଜ୍ ଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବ, ତେବେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିବ।
ହିଂସା ପୀଡିତଙ୍କ ପରିବାରକୁ ଭେଟିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି, “ଗଣତନ୍ତ୍ରରେ ନ୍ୟାୟ ଏକ ଅଧିକାର ଏବଂ ମୁଁ ନ୍ୟାୟ ପାଇଁ ମୋର ସଂଗ୍ରାମ ଜାରି ରଖିବି। ଗତକାଲି ମୁଁ ଯେଉଁ ସମସ୍ତ ପ୍ରଭାବିତ ପରିବାରଙ୍କୁ ଭେଟିଥିଲି, ସେମାନେ କ୍ଷତିପୂରଣ ନୁହେଁ କେବଳ ନ୍ୟାୟ ଦାବି କରିଥିଲେ। ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦେବା ଉଚିତ୍।

ଉଲ୍ଲେଖଯୋଗ୍ୟ ଯେ ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି । ଆଶିଷ ମିଶ୍ର ହିଁ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ତେବେ କେନ୍ଦ୍ର ମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ ପୁଅ ଘଟଣା ସ୍ଥଳରେ ନଥିଲେ ବୋଲି ସେ କହିଛନ୍ତି, ଯଦିଓ ଚାଷୀଙ୍କୁ ଧକ୍କା ଦେଇଥିବା ଗାଡ଼ି ତାଙ୍କର ବୋଲି ସେ ମାନିଛନ୍ତି ।