ସରୋଗେସି ମାଧ୍ୟମରେ ମାତାପିତା ହେଲେ ପ୍ରିୟଙ୍କା-ନିକ୍ | News Room Odisha

ସରୋଗେସି ମାଧ୍ୟମରେ ମାତାପିତା ହେଲେ ପ୍ରିୟଙ୍କା-ନିକ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଟିକି ସଦସ୍ୟ ଆସିଛନ୍ତି। ପ୍ରିୟଙ୍କା ଏବଂ ନିକ୍ ମାତାପିତା ହୋଇଛନ୍ତି | ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ସେୟାର କରି ପ୍ରିୟଙ୍କା ତାଙ୍କ ଘରକୁ ଆସିଥିବା ଟିକି ସଦସ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ନିକ୍ ଏବଂ ପ୍ରିୟଙ୍କା ସରୋଗେସି ମାଧ୍ୟମରେ ପିତାମାତା ହୋଇଛନ୍ତି | ତେବେ ପୁଅ ଜନ୍ମ ହୋଇଛି ନା ଝିଅ ସେ ସମ୍ପର୍କରେ ସେ ଏପର୍ଯ୍ୟନ୍ତ ସୂଚନା ଦେଇନାହାଁନ୍ତି। ପ୍ରିୟଙ୍କା ଜଣେ ମାଆ ହେବା ନେଇ ଖୁସିରେ ଆତ୍ମହରା ହୋଇଛନ୍ତି | ଏହି ଖୁସି ଖବର ପାଇଁ ସେଲିବ୍ରିଟିମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି |

ପ୍ରିୟଙ୍କା ଏବଂ ନିକ୍ ଏକାଠି ସୋସିଆଲ ମିଡିଆରେ ଶିଶୁର ଜନ୍ମ ନେଇ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି – ଏହା ଆମକୁ କହିବାରେ ବହୁତ ଖୁସି ଲାଗୁଛି ଯେ ସରୋଗେସି ମାଧ୍ୟମରେ ଆମେ ପିତାମାତା ହୋଇଛୁ | ଏହି ବିଶେଷ ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ପଡୁଥିବାରୁ ଆମେ ଆପଣଙ୍କଠାରୁ ଗୋପନୀୟତା ଆଶା କରୁଛୁ | ବହୁତ୍ ବହୁତ୍ ଧନ୍ୟବାଦ୍। ଏହି ପୋଷ୍ଟକୁ ସେୟାର କରି ପ୍ରିୟଙ୍କା ନିକଙ୍କୁ ଟ୍ୟାଗ୍ କରି ଏକ ହୃଦୟ ଇମୋଜି ପୋଷ୍ଟ କରିଥିଲେ |

ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ପ୍ୟାରେଣ୍ଟ୍ ହେବା ସୂଚନା ଦେବା ମାତ୍ରେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି | ହୁମା କ୍ୟୁରେଶି, ପୂଜା ହେଗଡେ ଓ ବହୁ ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି| ପ୍ରିୟଙ୍କାଙ୍କ ଏହି ପୋଷ୍ଟକୁ ୧୪ ଲକ୍ଷ ଲୋକ ପସନ୍ଦ କରିଛନ୍ତି।