ପ୍ରଫେସର ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି | News Room Odisha

ପ୍ରଫେସର ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି

ବ୍ରହ୍ମପୁର: ପ୍ରଫେସର ଗୀତାଞ୍ଜଳି ଦାଶ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ଦାଶଙ୍କୁ ନିଯୁକ୍ତି ଦେଇଛନ୍ତି । ସେ ଦାୟିତ୍ବ ଗ୍ରହଣ କରିବା ଦିନଠୁଁ ଚାରିବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ଯାଏଁ କୁଳପତି ପଦରେ ରହିବେ । ଗୀତାଞ୍ଜଳି ଦାଶ ହେଉଛନ୍ତି ଫକିରମୋହନ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର । ଶିକ୍ଷାଦାନ କ୍ଷେତ୍ରରେ ପ୍ରଫେସର ଦାଶଙ୍କ ୩୬ ବର୍ଷର ଅଭିଜ୍ଞତା ରହିଛି ।