ଭିଜିଲାନ୍ସ ଜାଲରେ ପ୍ରକଳ୍ପ ସହାୟକ, ବିଲ୍ କରିବା ପାଇଁ ନେଉଥିଲେ ୫୦ ହଜାର ଟଙ୍କା ଲାଞ୍ଚ | News Room Odisha

ଭିଜିଲାନ୍ସ ଜାଲରେ ପ୍ରକଳ୍ପ ସହାୟକ, ବିଲ୍ କରିବା ପାଇଁ ନେଉଥିଲେ ୫୦ ହଜାର ଟଙ୍କା ଲାଞ୍ଚ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପ୍ରକଳ୍ପ ସହାୟକ । ପୋଖରୀ ଖୋଳା କାମ ବାବଦରେ ବିଲ୍ କରିବା ପାଇଁ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକର ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥ ସ୍ବାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ସୂଚନା ଅନୁସାରେ, ତୁମୁଡିବନ୍ଧ ବ୍ଲକରେ ଚାରିଟି ପୋଖରୀ ଖନନ କାର୍ଯ୍ୟ ବାବଦରେ ବିଲ୍ କରିବା ପାଇଁ ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ହିତାଧିକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ, ହିତାଧିକାରୀ ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥଙ୍କୁ ଲାଞ୍ଚ ଟଙ୍କା ଦେବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା । ତାଙ୍କ ନିକଟରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି । ଏ ନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।