ନିଜ କର୍ମଚାରୀଙ୍କୁ ପଞ୍ଜାବ ସରକାରଙ୍କ ଦୀପାବଳି ଭେଟି, ପୁରୁଣା ପେନସନ୍ ଯୋଜନା ପୁଣି ଲାଗୁ | News Room Odisha

ନିଜ କର୍ମଚାରୀଙ୍କୁ ପଞ୍ଜାବ ସରକାରଙ୍କ ଦୀପାବଳି ଭେଟି, ପୁରୁଣା ପେନସନ୍ ଯୋଜନା ପୁଣି ଲାଗୁ

ଚଣ୍ଡିଗଡ଼: ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଦୀପାବଳି ପୂର୍ବରୁ ରାଜ୍ୟର ସରକାରୀ କର୍ମଚାରୀମାନଙ୍କୁ ଦେଇଛନ୍ତି ବଡ଼ ଉପହାର । ଭଗଓ୍ବନ୍ତ ମାନ୍ ସରକାର ପୁରୁଣା ପେନସନ୍ ଯୋଜନାକୁ ପୁଣି ଲାଗୁ କରିଛନ୍ତି। ପଞ୍ଜାବର ସରକାରୀ କର୍ମଚାରୀମାନେ ଆପ୍ ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ପ୍ରକାଶ କରିଛନ୍ତି। ଏଥି ସହିତ ପଞ୍ଜାବ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ପଞ୍ଜାବରେ ପୁରୁଣା ପେନସନ୍ ଯୋଜନା ଲାଗୁ ହେବ ବୋଲି ଆମେ ପଞ୍ଜାବକୁ ପ୍ରତିଶ୍ରୁତି ଦେଇଥିଲୁ। ଆଜି ଭଗଓ୍ବନ୍ତ ମାନ୍ ଜୀ ଏହି ପ୍ରତିଶ୍ରୁତି ପୂରଣ କରିଛନ୍ତି | ପଞ୍ଜାବର ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ। ନୂଆ ପେନସନ୍ ଯୋଜନା ଅନ୍ୟାୟ ଅଟେ |

ସାରା ଦେଶରେ ଓପିଏସ୍ (ଓଲ୍ଡ ପେନସନ୍ ସ୍କିମ୍) ଲାଗୁ ହେବା ଉଚିତ୍ | ଯଦି ହିମାଚଳ ପ୍ରଦେଶ ଏବଂ ଗୁଜରାଟର ଲୋକମାନେ ସୁଯୋଗ ଦିଅନ୍ତି, ତେବେ ସେଠାରେ ମଧ୍ୟ ଆମେ ଓପିଏସ୍ ଲାଗୁ କରିବୁ ବୋଲି କେଜ୍ରିୱାଲ କହିଛନ୍ତି |

ଉଲ୍ଲେଖଯୋଗ୍ୟ ଯେ, ପୁରୁଣା ପେନସନ୍ ଯୋଜନା ଲାଗୁ ଉପରେ ପଞ୍ଜାବ ସରକାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ପେନସନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ବର୍ତ୍ତମାନ ପଞ୍ଜାବ ସରକାର ରାଜ୍ୟରେ ପୁରୁଣା ପେନସନ୍ ଯୋଜନା ଲାଗୁ ହେବ। ଏହାଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ। କର୍ମଚାରୀ ମାନଙ୍କ ପାଇଁ ସେ ଏହି ଦୀପାବଳି ଉପହାର ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାନ୍ କହିଛନ୍ତି ।

ଏହାଛଡ଼ା ଭଗଓ୍ବନ୍ତ ମାନ୍ ସରକାର ନିଜ କର୍ମଚାରୀ ମାନଙ୍କୁ ଆଉ ଏକ ଉପହାର ଦେଇଛନ୍ତି । ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬ ପ୍ରତିଶତ ବୃଦ୍ଧି କରାଯାଇଛି