ଦୁର୍ନୀତି ଅଭିଯୋଗ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବହିଷ୍କାର କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଗିରଫ କଲା ଏସିବି | News Room Odisha

ଦୁର୍ନୀତି ଅଭିଯୋଗ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବହିଷ୍କାର କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଗିରଫ କଲା ଏସିବି

ଚଣ୍ଡିଗଡ଼: ଦୁର୍ନୀତି ଅଭିଯୋଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ କ୍ୟାବିନେଟରୁ ବହିଷ୍କୃତ କରିଛନ୍ତି । ବହିଷ୍କୃତ ହେବା ପରେ ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି । ସିଙ୍ଗଲାଙ୍କୁ ଗିରଫ କରିଛି ଏବିସି । ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନିର୍ଦ୍ଦେଶକ୍ରମେ ଏସିବି ଏକ ମାମଲା ରୁଜୁ କରିବା ସହ ବିଜୟ ସିଙ୍ଗଲାଙ୍କୁ ଗିରଫ କରିଛି।

ବିଜୟ ସିଙ୍ଗଲାଙ୍କ ବିରୋଧରେ ଠିକା କାର୍ଯ୍ୟ ପାଇଁ ଅଧିକାରୀ ମାନଙ୍କ ଠାରୁ ୧ ପ୍ରତିଶତ କମିଶନ ଦାବି କରିବା ଏବଂ ଦୁର୍ନୀତିରେ ଲିପ୍ତ ରହିବା ଅଭିଯୋଗ ହୋଇଥିଲା। ଦୁର୍ନୀତି ନେଇ ବିଜୟ ସିଙ୍ଗଲାଙ୍କ ବିରୋଧରେ ଦୃଢ଼ ପ୍ରମାଣ ପାଇବା ପରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ତାଙ୍କୁ କ୍ୟାବିନେଟରୁ ବାହାର କରିଥିଲେ। ବିଜୟ ସିଙ୍ଗଲାଙ୍କୁ କ୍ୟାବିନେଟରୁ ବରଖାସ୍ତ ଘୋଷଣା କରିବାବେଳେ ଭଗଓ୍ବନ୍ତ ମାନ୍ ସିଙ୍ଗଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପଞ୍ଜାବ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ‌।