ପୁରୀ ହାଜତ ମୃତ୍ୟୁ ମାମଲା : ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ମୁଣ୍ଡରେ ରକ୍ତ ଜମାଟ, ଶରୀରରେ ଅନେକ କ୍ଷତ | News Room Odisha

ପୁରୀ ହାଜତ ମୃତ୍ୟୁ ମାମଲା : ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ମୁଣ୍ଡରେ ରକ୍ତ ଜମାଟ, ଶରୀରରେ ଅନେକ କ୍ଷତ

ପୁରୀ- ପୁରୀ ବାସେଳି ସାହି ଥାନାରେ ହାଜତ ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ବିଭିନ୍ନ ଅଂଶର ପରୀକ୍ଷା ପରେ ମୃତ୍ୟୁ ପାଇଁ ୧୮ଟି କାରଣ ଦର୍ଶାଯାଇଛି । ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯିବାରୁ କେ. ରମେଶଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨ ଜଣ ଡାକ୍ତରଙ୍କ ଦ୍ୱାରା କେ. ରମେଶଙ୍କ ପୋଷ୍ଟମର୍ଟମ କରାଯାଇଥିଲା । ରମେଶଙ୍କ ଶରୀରରେ ଗଭୀର କ୍ଷତ ଥିବା ଉଲ୍ଲେଖ କରାଯାଇଛି । ମୁଣ୍ଡ ସମେତ ହାତ,ଗୋଡ ଓ ଆଂଠୁରେ ଆଘାତ ଚିହ୍ନ ଥିବା ଉଲ୍ଲେଖ କରାଯାଇଛି । କେ. ରମେଶଙ୍କ ହାଜତ ମୃତ୍ୟୁ ଅଭିଯୋଗ ପରେ ତିନି ଜଣ ପୋଲିସ ଅଧିକାରୀ ନିଲମ୍ବିତ ହେବା ସହ ତତ୍କାଳୀନ ଏସପିଙ୍କୁ ବଦଳି କରାଯାଇଥିଲା ।