ଅମ୍ବାଲା – ରାଫେଲ ଲଢୁଆ ବିମାନ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ୫ଟି ରାଫେଲ ବିମାନକୁ ବାୟୁସେନାରେ ସାମିଲ କରାଯାଇଛି ।
ହରିୟାଣାର ଅମ୍ବାଲା ଏୟାରବେସରେ ଏଥିପାଇଁ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ ବିମାନ ବାୟୁସେନାକୁ ହସ୍ତାନ୍ତର କରିଥିଲେ । ଅମ୍ବାଲା ଏୟାରବେସର ସେଭେଂଟିନ୍ ସ୍କାଡ୍ରନରେ ମୁତୟନ ହୋଇଛି ରାଫେଲ୍ । ଏହି ଅବସରରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ବି ଉପସ୍ଥିତ ଥିଲେ । ପରେ ଆୟୋଜିତ ଏକ ଏୟାର ଶୋରେ ଶକ୍ତି ପ୍ରଦର୍ଶନ କରିଥିଲଲା ରାଫେଲ୍ ।