ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେଲା ରାଫେଲ, ଅମ୍ବାଲା ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ | News Room Odisha

ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେଲା ରାଫେଲ, ଅମ୍ବାଲା ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଅମ୍ବାଲା – ରାଫେଲ ଲଢୁଆ ବିମାନ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ୫ଟି ରାଫେଲ ବିମାନକୁ ବାୟୁସେନାରେ ସାମିଲ କରାଯାଇଛି ।

ହରିୟାଣାର ଅମ୍ବାଲା ଏୟାରବେସରେ ଏଥିପାଇଁ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ ବିମାନ ବାୟୁସେନାକୁ ହସ୍ତାନ୍ତର କରିଥିଲେ । ଅମ୍ବାଲା ଏୟାରବେସର ସେଭେଂଟିନ୍  ସ୍କାଡ୍ରନରେ ମୁତୟନ ହୋଇଛି  ରାଫେଲ୍ । ଏହି ଅବସରରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ବି ଉପସ୍ଥିତ ଥିଲେ ।  ପରେ ଆୟୋଜିତ ଏକ ଏୟାର ଶୋରେ ଶକ୍ତି ପ୍ରଦର୍ଶନ କରିଥିଲଲା ରାଫେଲ୍ ।