କୁଲି ବେଶରେ ରାହୁଲ | News Room Odisha

କୁଲି ବେଶରେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ହଠାତ୍ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନ ଯାଇ ସେଠାରେ କୁଲିମାନଙ୍କୁ ଭେଟିଛନ୍ତି । ସେ କୁଲି ମାନଙ୍କ ସହ ବେଶ୍ କିଛି ସମୟ କଥାବାର୍ତ୍ତା କରିଥିଲେ ଓ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ପରେ ରାହୁଲ ନିଜେ କୁଲି ପୋଷାକ ପିନ୍ଧି ଲୋକଙ୍କ ସାମାନ ମୁଣ୍ଡାଇଥିବା ଦେଖିବାକୁ ମିଳିଥିଲା।

କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ଆନନ୍ଦ ବିହାର ରେଳ ଷ୍ଟେସନ ଗସ୍ତ ସମ୍ପର୍କରେ ଏହାର ଏକ୍ସ ହ୍ୟାଣ୍ଡେଲରେ (ପୂର୍ବରୁ ଟ୍ୱିଟର) ସୂଚନା ଦେଇଛି।

ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଏହି କଂଗ୍ରେସ ନେତା ହଠାତ୍ ଲୋକଙ୍କ ଗହଣରେ ଯାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହାପୂର୍ବରୁ ଅଗଷ୍ଟ ମାସରେ ରାହୁଲ ଦିଲ୍ଲୀର ଆଜାଦପୁର ପରିବା ମଣ୍ଡି ପରିଦର୍ଶନ କରି ସେଠାରେ ବେପାରୀଙ୍କ ସହ ଦରଦାମ୍ ବୃଦ୍ଧି ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।