କଂଗ୍ରେସ କ୍ଷମତାକୁ ଆସିଲେ ଦେଶରେ କରାଯିବ ଜାତିଗତ ଜନଗଣନା: ରାହୁଲ ଗାନ୍ଧୀ | News Room Odisha

କଂଗ୍ରେସ କ୍ଷମତାକୁ ଆସିଲେ ଦେଶରେ କରାଯିବ ଜାତିଗତ ଜନଗଣନା: ରାହୁଲ ଗାନ୍ଧୀ

ଭୋପାଳ: କଂଗ୍ରେସ ଦଳ ଯଦି କେନ୍ଦ୍ରରେ କ୍ଷମତାକୁ ଆସେ, ତେବେ ଦେଶରେ ଜାତିଗତ ଜନଗଣନା କରାଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ମଧ୍ୟପ୍ରଦେଶର ଶଜାପୁରରେ ଏକ ନିର୍ବାଚନ ରାଲିରେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି ବର୍ତ୍ତମାନ ସମୟ ଆସିଛି ଆମକୁ ଭାରତର ଏକ୍ସ-ରେ କରିବାକୁ ପଡିବ।

ରାହୁଲ କହିଛନ୍ତି, ଦେଶର ଏକମାତ୍ର ପ୍ରସଙ୍ଗ ହେଉଛି ଜାତି ଜନଗଣନା। ଦେଶରେ କେତେ ଓବିସି ଅଛନ୍ତି ଏବଂ ସେମାନଙ୍କର ପ୍ରତିନିଧିତ୍ବ କେତେ ହେବା ଉଚିତ ? ଏହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । କେନ୍ଦ୍ରରେ ଓବିସି ବର୍ଗର ପ୍ରତିନିଧିତ୍ବ ଆଦୌ ନାହିଁ ବୋଲି ଅଭିଯୋଗ କରି ଏହି କଂଗ୍ରେସ ନେତା ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

‘ଭରତ ଯୋଡୋ ଯାତ୍ରା’ ନେଇ ସେ କହିଛନ୍ତି, “ଏହା ଏକ ବିଚାରଧାରାର ଲଢେଇ । ଗୋଟିଏ ପଟେ କଂଗ୍ରେସ, ଅନ୍ୟ ପଟେ ଆରଏସ୍ଏସ୍ / ବିଜେପି। ଗୋଟିଏ ପଟେ ଗାନ୍ଧିଜୀ, ଅନ୍ୟ ପଟେ ଗଡସେ। ଗୋଟିଏ ପାର୍ଶ୍ୱରେ ପ୍ରେମ ଅଛି, ଅନ୍ୟ ପଟେ ଘୃଣା । ‘ଭାରତ ଯୋଡୋ ଯାତ୍ରା’ ସମୟରେ ଆମେ ମଧ୍ୟପ୍ରଦେଶରେ ୩୭୦ କିଲୋମିଟର ଚାଲିଥିଲୁ। ଯାତ୍ରା ସମୟରେ ଆମେ କୃଷକ, ଯୁବକ ଏବଂ ମାଆ ଓ ଭଉଣୀମାନଙ୍କୁ ଭେଟିଥିଲୁ। ସେମାନେ ମୋତେ କହିଥିଲେ ଯେ ବିଜେପି ଶାସନରେ ମଧ୍ୟପ୍ରଦେଶ ଏକ ଦୁର୍ନୀତିର କେନ୍ଦ୍ର ପାଲଟିଛି |