ସଂସଦ ସଦସ୍ୟତା ପରେ ସରକାରୀ ବଙ୍ଗଳା ଫେରିପାଇଲେ ରାହୁଲ | News Room Odisha

ସଂସଦ ସଦସ୍ୟତା ପରେ ସରକାରୀ ବଙ୍ଗଳା ଫେରିପାଇଲେ ରାହୁଲ

ନୂଆଦିଲ୍ଲୀ: ସଂସଦ ସଦସ୍ୟତା ଫେରିପାଇବା ପରେ ଏବେ ରାହୁଲ ଗାନ୍ଧୀଙ୍କ ପାଇଁ ଆଉ ଏକ ଖୁସି ଖବର । ସଂସଦର ଗୃହ କମିଟି ତରଫରୁ ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ସରକାରୀ ବଙ୍ଗଳା ଆବଣ୍ଟନ କରାଯାଇଛି । ରାହୁଲ ଗାନ୍ଧୀଙ୍କୁ ପୁଣି ୧୨ ତୁଗଲକ ଲେନ୍ ରେ ମିଳିଛି ସରକାରୀ ଘର | ଏହି ଖବର ପରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ରାହୁଲ ଗାନ୍ଧୀ କହିଥିଲେ, ‘ସମଗ୍ର ହିନ୍ଦୁସ୍ତାନ ମୋର ଘର’।

ପ୍ରକାଶଥାଉକି, ମାର୍ଚ୍ଚ ମାସରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ କୁହାଯାଇଥିଲା । ଏପ୍ରିଲରେ ସେ ତାଙ୍କ ସରକାରୀ ବାସଭବନ ଛାଡିଥିଲେ । ସେତେବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ ତାଙ୍କୁ ସତ କହିବା ପାଇଁ ହଇରାଣ କରାଯାଉଛି । ସେ ଆଉ ଏହି ଘରେ ରହିବାକୁ ଚାହୁଁ ନାହାଁନ୍ତି କାରଣ ଭାରତବାସୀ ତାଙ୍କୁ ଦେଇଥିବା ଏହି ବଙ୍ଗଳାକୁ ତାଙ୍କ ଠାରୁ ଛଡ଼ାଇ ନିଆଯାଇଛି।