ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୧୧ ଘଣ୍ଟା ଜେରା, ଆଜି ପୁଣି ହାଜର ହେବେ | News Room Odisha

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୧୧ ଘଣ୍ଟା ଜେରା, ଆଜି ପୁଣି ହାଜର ହେବେ

ନୂଆଦିଲ୍ଲୀ:ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରାୟ ୧୧ ଘଣ୍ଟା ଧରି ପଚରାଉଚରା କରିଛି। ଆଜି ପୁଣି ତାଙ୍କୁ ଇଡିରେ ହାଜର ହେବା ପାଇଁ କୁହାଯାଇଛି।

ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରାଯାଇଥିଲା। ନ୍ୟାସନାଲ ହେରାଲ୍ଡର ମାଲିକାନାରେ ଥିବା କଂଗ୍ରେସ ପ୍ରାୟୋଜିତ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡରେ ଆର୍ଥିକ ଅନିୟମିତତା ଅଭିଯୋଗ ରହିଛି। ଏଥିରେ ନଅ ମାସ ତଳେ ମନି ଲଣ୍ଡରିଂ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ନ୍ୟାସନାଲ ହେରାଲ୍ଡ ଖବରକାଗଜ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ (ଏଜେଏଲ୍) ଦ୍ୱାରା ପ୍ରକାଶିତ । ଏହା ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ ଲିମିଟେଡ୍ ର ମାଲିକାନାରେ ରହିଛି |