ଆଘାତ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ରାହୁଲ ବାଦ୍, ପନ୍ତ ନେବେ ନେତୃତ୍ବ | News Room Odisha

ଆଘାତ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ରାହୁଲ ବାଦ୍, ପନ୍ତ ନେବେ ନେତୃତ୍ବ

ନୂଆଦିଲ୍ଲୀ:କାଲିଠାରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଆଘାତ ଯୋଗୁଁ ଅଧିନାୟକ କେଏଲ୍ ରାହୁଲ ସିରିଜରୁ ବାଦ୍ ପଡିଛନ୍ତି । ରାହୁଲଙ୍କ ସ୍ଥାନରେ ରିଷଭ ପନ୍ତ କ୍ୟାପଟେନ ଦାୟିତ୍ବ ତୁଲାଇବେ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତିି। ଏହି ସିରିଜ୍ ପାଇଁ ପନ୍ତଙ୍କୁ ଉପଅଧିନାୟକ କରାଯାଇଥିଲା।

କେଏଲ୍ ରାହୁଲଙ୍କ ଆଘାତ ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ। କିନ୍ତୁ ବିସିସିଆଇ ସ୍ପଷ୍ଟ କରିଛି ଯେ କେଏଲ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଅଂଶ ହେବେ ନାହିଁ। ତେବେ ଆସନ୍ତା ମାସରୁ ଆରମ୍ଭ ହେଉଥିବା ଇଂଲଣ୍ଡ ଗସ୍ତରେ ରାହୁଲ ଟିମ୍ ଇଣ୍ଡିଆର ଅଂଶ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି ।