ମୋଦିଙ୍କ ଜନ୍ମଦିନରେ ରେକର୍ଡ ଟିକାକରଣ ନେଇ ରାହୁଲଙ୍କ କଟାକ୍ଷ, କହିଲେ 'ଇଭେଣ୍ଟ' ଶେଷ | News Room Odisha

ମୋଦିଙ୍କ ଜନ୍ମଦିନରେ ରେକର୍ଡ ଟିକାକରଣ ନେଇ ରାହୁଲଙ୍କ କଟାକ୍ଷ, କହିଲେ ‘ଇଭେଣ୍ଟ’ ଶେଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଅଢ଼େଇ କୋଟିରୁ ଉର୍ଦ୍ଧ୍ବ କରୋନା ଟିକା ଦିଆଯିବାର ରେକର୍ଡ ଉପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ରବିବାର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ‘ଇଭେଣ୍ଟ’ ଶେଷ ହୋଇଛି।

ସେ ଗତ ୧୦ ଦିନ ମଧ୍ୟରେ ‘କୋ-ଓ୍ବିନ୍’ ଆପରେ ଉପଲବ୍ଧ ଟିକାକରଣ ତଥ୍ୟ ସମ୍ପର୍କିତ ଏକ ଗ୍ରାଫ୍ ଟ୍ୱିଟରରେ
ସେୟାର କରି ଦର୍ଶାଇଛନ୍ତି ଯେ ସେପ୍ଟେମ୍ବର ୧୭(ମୋଦିଙ୍କ ଜନ୍ମଦିନରେ)ରେ ରେକର୍ଡ ସଂଖ୍ୟକ ଟିକା ଦିଆଯାଉଥିଲା, କିନ୍ତୁ ଅନ୍ୟ ଦିନରେ ଏହି ସଂଖ୍ୟା ଅପେକ୍ଷାକୃତ କମ୍ ଥିଲା।ଏନେଇ ରାହୁଲ ସରକାରଙ୍କ ଉପରେ କଟାକ୍ଷ କରି ଟ୍ବିଟ୍ କରିଛନ୍ତି। ରାହୁଲ କହିଛନ୍ତି ‘ ଇଭେଣ୍ଟ’ ଖତମ୍ । ଏହି ଟ୍ବିଟ୍ ମାଧ୍ୟମରେ ରାହୁଲ ଏହା କହିବାକୁ ଚାହୁଁଛନ୍ତି ଯେ, ମୋଦିଙ୍କ ଜନ୍ମଦିନରେ ରେକର୍ଡ ଟିକାକରଣ କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ପବ୍ଲିସିଟି ଷ୍ଟଣ୍ଟ ଥିଲା ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦେଶରେ ୨.୫ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଥିବା ସରକାର ଦାବି କରିଥିଲେ ।