ଓଡ଼ିଶାରେ ୭ଟି ନୂଆ ପ୍ରକଳ୍ପକୁ ରେଳ ମନ୍ତ୍ରାଳୟର ଅନୁମୋଦନ | News Room Odisha

ଓଡ଼ିଶାରେ ୭ଟି ନୂଆ ପ୍ରକଳ୍ପକୁ ରେଳ ମନ୍ତ୍ରାଳୟର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ୭ଟି ନୂଆ ପ୍ରକଳ୍ପକୁ ରେଳ ମନ୍ତ୍ରାଳୟ ମଞ୍ଜୁରି ପ୍ରଦାନ କରିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ସଂସଦରେ ଏହି ସୂଚନା ଦେଇଛନ୍ତି। ଏହି ୭ ନୂଆ ପ୍ରକଳ୍ପ ସହ ରାଜ୍ୟ ସରକାରଙ୍କ ସହଭାଗିତାରେ ହେବାକୁ ଥିବା ପାଞ୍ଚ ନୂଆ ରେଳ ଲାଇନକୁ ମଧ୍ୟ ସବୁଜ ସଙ୍କେତ ମିଳିଥିବା ବୈଷ୍ଣବ କହିଛନ୍ତି ।

ଏହି ନୂଆ ପ୍ରକଳ୍ପଗୁଡ଼ିକ ହେଉଛି ତ୍ରିକୋଣୀୟ ଜଙ୍କସନ ସହ ବାଘୁଆପାଳ ଫ୍ଲାଏ ଓଭର, ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ରାଜସ୍ଥାନ-କାଇପଦର, ବଂଶପାଣି-ବଡବିଲ, ବରଗଡ-ନୂଆପଡା ରୋଡ ଏବଂ ବୁରାମରା-ଚକୁଳିଆ ରୋଡ ସହିତ ତାଲଚେର-ଅନୁଗୋଳ ରେଳ ଲାଇନ | ତାଲଚେର-ଅନୁଗୋଳ ନୂଆ ଲାଇନ୍ ଓ ବାଘୁଆପାଳ ଫ୍ଲାଏ ଓଭର କାର୍ଯ୍ୟ ରେଳବାଇ ଦ୍ବାରା ହେଉଥିବା ବେଳେ ଅବଶିଷ୍ଟ ପାଞ୍ଚଟି ପ୍ରକଳ୍ପର ପ୍ରାଥମିକ କାର୍ଯ୍ୟ ପାଇଁ ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ଓଆରଆଇଡିଏଲ୍) କୁ ନୀତିଗତ ଅନୁମୋଦନ ଦିଆଯାଇଛି।

ବିଜେଡ଼ିର ରାଜ୍ୟସଭା ସଦସ୍ୟ ମୁଜିବୁଲ୍ଲା ଖାନଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଷ୍ଣବ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହ ବ୍ୟୟଭାର ବଣ୍ଟନ ଭିତ୍ତିରେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ନୂଆ ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି।