ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ, ନଭେମ୍ବର ୨୩ ପରିବର୍ତ୍ତେ ୨୫ରେ ହେବ ଭୋଟ୍ ଗ୍ରହଣ | News Room Odisha

ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ, ନଭେମ୍ବର ୨୩ ପରିବର୍ତ୍ତେ ୨୫ରେ ହେବ ଭୋଟ୍ ଗ୍ରହଣ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ ହୋଇଛି । ରାଜ୍ୟରେ ଭୋଟ୍ ଗ୍ରହଣ ନଭେମ୍ବର ୨୩ ପରିବର୍ତ୍ତେ ନଭେମ୍ବର ୨୫ରେ ହେବ ବୋଲି ନିର୍ବାଚନ କମିଶନ ବୁଧବାର ଘୋଷଣା କରିଛନ୍ତି ।

ନିକଟରେ ନିର୍ବାଚନ କମିଶନ ରାଜସ୍ଥାନ ସହ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ । ରାଜସ୍ଥାନରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୩ରେ ଭୋଟ୍ ଗ୍ରହଣ କରାଯିବ ବୋଲି ଘୋଷଣା ହୋଇଥିଲା ‌। ତେବେ ବିବାହ ଓ ପାର୍ବଣ ଋତୁ ଦୃଷ୍ଟିରୁ ଏବେ ରାଜସ୍ଥାନ ନିର୍ବାଚନ ତାରିଖ ପରିବର୍ତ୍ତନ ହୋଇଛି ।

ନଭେମ୍ବର ୨୩ରେ ଦେବ ଉତ୍ଥାପନ ଏକାଦଶୀ କାରଣରୁ ଭୋଟ୍ ପ୍ରତିଶତ ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି ବୋଲି ଅନେକ ଦଳ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ଏହାଛଡ଼ା ଉକ୍ତ ଦିନ ରାଜ୍ୟରେ ବହୁତ ବିବାହ ମଧ୍ୟ ରହିଥିବାରୁ ଏହା ମତଦାନ ହାରକୁ ପ୍ରଭାବିତ କରିପାରେ ବୋଲି ଦଳ ଗୁଡ଼ିକ ଆଶଙ୍କା ପ୍ରକାଶ କରିଥିଲେ।