ରାଜନାଥ ସିଂହ କରୋନା ସଂକ୍ରମିତ | News Room Odisha

ରାଜନାଥ ସିଂହ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ଟ୍ୱିଟ୍ କରି ସେ ନିଜେ ଏନେଇ ସୂଚନା ଦେଇଛନ୍ତି। ରାଜନାଥ ସିଂହ କହିଛନ୍ତି ଯେ ସେ ନିଜକୁ କ୍ବାରେଣ୍ଟାଇନ କରିଛନ୍ତି। ଦେଶରେ କରୋନା ସଂକ୍ରମଣର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଆଜି ସାରା ଦେଶରେ ୧ ଲକ୍ଷ ୭୯ ହଜାର ୭୨୩ ମାମଲା ରୁଜୁ ହୋଇଛି।

ରାଜନାଥ ସିଂ ଟ୍ୱିଟ୍ କରି କହିଛନ୍ତି, “ମୋର କରୋନା ଟେଷ୍ଟ ପଜିଟିଭ୍ ହୋଇଛି। ମୋର ସାମାନ୍ୟ ଲକ୍ଷଣ ଅଛି। ମୁଁ ନିଜକୁ ହୋମ୍ କ୍ବାରେଣ୍ଟାଇନ କରିଛି। ନିକଟ ଅତୀତରେ ଯେଉଁମାନେ ମୋ ସହ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ନିଜକୁ ଅଲଗା ରଖନ୍ତୁ ଓ ନିଜର କରୋନା ପରୀକ୍ଷା କରନ୍ତୁ। “