ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ରଜତ ପାଟିଦାର ଓ ମୁକେଶ କୁମାର ନୂଆ ମୁହଁ | News Room Odisha

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ରଜତ ପାଟିଦାର ଓ ମୁକେଶ କୁମାର ନୂଆ ମୁହଁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ଶିଖର ଧାୱନଙ୍କୁ ଦଳର ଅଧିନାୟକ କରାଯାଇଛି। ଏହି ସିରିଜ୍ ପାଇଁ ଶ୍ରେୟସ୍ ଆୟର ଉପଅଧିନାୟକ ରହିବେ। ଭାରତୀୟ ଦଳରେ ମଧ୍ୟପ୍ରଦେଶ ବ୍ୟାଟ୍ସମ୍ୟାନ୍ ରଜତ ପାଟିଦାର ଏବଂ ପଶ୍ଚିମବଙ୍ଗର ଦ୍ରୁତ ବୋଲର ମୁକେଶ କୁମାର ହେଉଛନ୍ତି ନୂଆ ମୁହଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅକ୍ଟୋବର ୬ ରୁ ୧୧ ପର୍ଯ୍ୟନ୍ତ ଖେଳାଯିବ | ଉଭୟ ଦଳ ମଧ୍ୟରେ ବର୍ତ୍ତମାନ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଚାଲିଛି। ସିନିୟରଙ୍କ ଅନୁପସ୍ଥିତିରେ ଦିନିକିଆ ସିରିଜ୍ ପାଇଁ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି |

ମଧ୍ୟପ୍ରଦେଶ ବ୍ୟାଟ୍ସମ୍ୟାନ୍ ରଜତ ପାଟିଦାର ଏବଂ ପଶ୍ଚିମବଙ୍ଗର ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ମହମ୍ମଦ ଶାମିଙ୍କ ବ୍ୟତୀତ ଟି-୨୦ ବିଶ୍ୱକପ ପାଇଁ ଭାରତର ସମସ୍ତ ରିଜର୍ଭ ଖେଳାଳି – ଦୀପକ ଚହର, ଶ୍ରେୟାସ ଆୟର ଏବଂ ରବି ବିଷ୍ଣୋଇଙ୍କୁ ଏହି ସିରିଜ ପାଇଁ ମନୋନୀତ କରାଯାଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ଅକ୍ଟୋବର ୬ରେ ଲକ୍ଷ୍ନୌରେ, ଦ୍ବିତୀୟ ଦିନିକିଆ ୯ (ରାଞ୍ଚି) ଏବଂ ତୃତୀୟ ତଥା ଅନ୍ତିମ ଦିନିକିଆ ୧୧ ଅକ୍ଟୋବରରେ ଦିଲ୍ଲୀରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଶିଖର ଧାୱନ (ଅଧିନାୟକ), ଶ୍ରେୟସ୍ ଆୟର୍ (ଉପ-ଅଧିନାୟକ), ଋତୁରାଜ ଗାଏକୱାଡ, ଶୁଭମାନ ଗିଲ, ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ (ଡବ୍ଲୁକେ), ସଞ୍ଜୁ ସାମସନ (ଡବ୍ଲୁକେ) ), ଶାହବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୋଇ, ମୁକେଶ କୁମାର ଅଭେଶ ଖାନ, ମହମ୍ମ ସିରାଜ, ଦୀପକ ଚହର |