ସକ୍ରିୟ ରାଜନୀତିକୁ ଆସିବେ ରଜନୀକାନ୍ତ, ଜାନୁଆରୀରେ ନୂଆ ଦଳ | News Room Odisha

ସକ୍ରିୟ ରାଜନୀତିକୁ ଆସିବେ ରଜନୀକାନ୍ତ, ଜାନୁଆରୀରେ ନୂଆ ଦଳ

ଚେନ୍ନାଇ – ଶେଷରେ ସକ୍ରିୟ ରାଜନୀତିରେ ପାଦ ଥାପିବାକୁ ନିଷ୍ପତି ନେଇଛନ୍ତି ସୁୁପରଷ୍ଟାର ରଜନୀକାନ୍ତ । ନୂଆ ଦଳ ଗଠନ କରିବାକୁ ସେ ଘୋଷଣା କରିଛନ୍ତି । ଆସନ୍ତାମାସରେ ସେ ନୂଆ ଦଳ ଗଠନ କରିବେ । ନୂଆ ଦଳ ଗଠନ ବାବଦରେ ବିସ୍ତୃତ ଭାବେ ଡିସେମ୍ବର ୩୧ ତାରିଖରେ ସେ ଘୋଷଣା କରିବେ ।

ରାଜନୈତିକ ଦଳ ଗଠନ ନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରଜନୀକାନ୍ତ । ଗତ ଦୁଇ ତିନି ବର୍ଷ ହେବ ରଜନୀକାନ୍ତ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ହୋଇଆସୁଥିଲା ।