ରାଜ୍ୟସଭା ସାଂସଦ ମହେନ୍ଦ୍ର ପ୍ରସାଦଙ୍କ ପରଲୋକ | News Room Odisha

ରାଜ୍ୟସଭା ସାଂସଦ ମହେନ୍ଦ୍ର ପ୍ରସାଦଙ୍କ ପରଲୋକ

ନୂଆଦିଲ୍ଲୀ: ଜନତା ଦଳ (ୟୁନାଇଟେଡ) ର ରାଜ୍ୟସଭା ସାଂସଦ ତଥା ଶିଳ୍ପପତି ମହେନ୍ଦ୍ର ପ୍ରସାଦଙ୍କ ପରଲୋକ ହୋଇଯାଇଛି। ସୋମବାର ଜେଡିୟୁ ଏହି ସୂଚନା ଦେଇଛି।

ମହେନ୍ଦ୍ର ପ୍ରସାଦ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ‌। ସେ ବିହାରରୁ ସାତଥର ରାଜ୍ୟସଭାକୁ ଏବଂ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ମହେନ୍ଦ୍ର ପ୍ରସାଦ ଆରିଷ୍ଟୋ ଫାର୍ମାସିଟିକାଲ୍ସର ସ୍ଥାପନା କରିଥିଲେ ଏବଂ ଶିଳ୍ପ ଜଗତର ଜଣେ ଜଣାଶୁଣା ଚେହେରା ଥିଲେ | ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୮୧ ବର୍ଷୀୟ ପ୍ରସାଦଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପ୍ରସାଦଙ୍କ ମୃତ୍ୟୁ ସମାଜ, ରାଜନୀତି ଏବଂ ଶିଳ୍ପ ପାଇଁ ଏକ ବଡ଼ କ୍ଷତି।

୧୯୭୦ରେ କଂଗ୍ରେସ ଟିକେଟରେ ମହେନ୍ଦ୍ର ପ୍ରସାଦ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଦୀର୍ଘ ଦିନ କଂଗ୍ରେସରେ ରହିବା ପରେ ପ୍ରସାଦ ତାଙ୍କ ସମର୍ଥକଙ୍କ ସହ ପରେ ଜେଡି (ୟୁ) ରେ ଯୋଗ ଦେଇଥିଲେ।