ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂଙ୍କୁ ସମନ କରିଛି। ଡିସେମ୍ବର ୧୯ରେ ଇଡି ଏହି ମାମଲାରେ ରକୁଲ୍ ପ୍ରୀତଙ୍କୁ ଜେରା କରିବ। ଏହି ମାମଲାରେ ଇଡି ପୂର୍ବରୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ସେଲିବ୍ରିଟିଙ୍କୁ ମଧ୍ୟ ଜେରା କରିସାରିଛି ।
ରକୁଲ ପ୍ରୀତଙ୍କ ସହ ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ପାଇଲଟ ରୋହିତ ରେଡ୍ଡୀଙ୍କୁ ମଧ୍ୟ ସମନ ଜାରି କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରୋହିତ ରେଡ୍ଡୀ ହିଁ ବିଜେପି ବିରୋଧରେ ବିଆରଏସ୍ ବିଧାୟକଙ୍କୁ କିଣିବା ଉଦ୍ୟମ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ତିନି ଦିନ ତଳେ ରେଡ୍ଡୀଙ୍କ ବୟାନ ରେକର୍ଡ କରାଯାଇଥିଲା।
ରୋହିତ ରେଡ୍ଡୀ ଅନ୍ୟ ଦୁଇଜଣଙ୍କ ସହ ତିନି ବର୍ଷ ତଳେ ବେଙ୍ଗାଲୁରୁରେ ଜଣେ ଫିଲ୍ମ ସେଲିବ୍ରିଟିଙ୍କ ଦ୍ୱାରା ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ । ସେଠାରେ ଡ୍ରଗ୍ସ ସେବନ କରାଯାଇଥିବା ଅଭିଯୋଗ ହୋଇଥିଲା।