'ଶିବସେନା ବଦଳରେ ତୁମ ବାପା ନାଁରେ ଭୋଟ ମାଗ', ବିଦ୍ରୋହୀ ବିଧାୟକଙ୍କୁ ରାଉତଙ୍କ ପୁଣି ଟାର୍ଗେଟ | News Room Odisha

‘ଶିବସେନା ବଦଳରେ ତୁମ ବାପା ନାଁରେ ଭୋଟ ମାଗ’, ବିଦ୍ରୋହୀ ବିଧାୟକଙ୍କୁ ରାଉତଙ୍କ ପୁଣି ଟାର୍ଗେଟ

ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାଉତ ପୁଣି ଥରେ ବିଦ୍ରୋହୀ ବିଧାୟକ ମାନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଶିବସେନା ଉପରେ ଲୋକଙ୍କ ଭରସା ରହିଛି । ସେ କହିଛନ୍ତି ଯେ ବିଦ୍ରୋହୀ ବିଧାୟକ ଶିବସେନା ନାମ ବ୍ୟବହାର କରିବା ବଦଳରେ ନିଜ ବାପା ନାଁ’ରେ ଭୋଟ୍ ମାଗନ୍ତୁ । ରାଉତ ଆହୁରି କହିଛନ୍ତି, ସେମାନେ ଯାହା କରିବାକୁ ଚାହାଁନ୍ତି ତାହା କରିବାକୁ ଦିଅନ୍ତୁ । ସେମାନଙ୍କୁ ଦିନେ ନା ଦିନେ ମୁମ୍ବାଇ ଆସିବାକୁ ପଡିବ, ନୁହେଁ କି? ତୁମେ ସେଠାରେ ବସି ଆମକୁ କ’ଣ ଉପଦେଶ ଦେଉଛ? ଲକ୍ଷ ଲକ୍ଷ ଶିବ ସୈନିକ ଆମର ଗୋଟିଏ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି । ତଥାପି ଆମକୁ ସଂଯମ ରକ୍ଷା କରିଛୁ |”

ଶିବସେନାରେ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେ ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ସେ ବିଦ୍ରୋହୀ ବିଧାୟକଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରୁଛନ୍ତି। ଅନ୍ୟପକ୍ଷରେ, ବିଦ୍ରୋହୀ ବିଧାୟକଙ୍କ ନିକଟକୁ ଉଦ୍ଧବ ଠାକରେ ମେସେଜ୍ ପଠାଇ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ମେସେଜର ଉତ୍ତରରେ ସେମାନେ ଶିବସେନା ସହ ଅଛନ୍ତି ବୋଲି ବିଦ୍ରୋହୀ ବିଧାୟକ ଅଛନ୍ତି ।

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ଭଗତ ସିଂ କୋଶିୟାରି ଆଜି ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି। ସେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା