ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ କରୋନା | News Room Odisha

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ କରୋନା

ଲଣ୍ଡନ: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ପଜିଟିଭ୍ ହୋଇଛନ୍ତି। ଶାସ୍ତ୍ରୀ ଏବେ ପୃଥକବାସରେ ଅଛନ୍ତି। ଶାସ୍ତ୍ରୀଙ୍କ ସହ ସଂସ୍ପର୍ଶରେ ଆସିଥିବାରୁ ଦଳର ଅନ୍ୟ ତିନିଜଣ ସଦସ୍ୟ ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର.ଶ୍ରୀଧର ଏବଂ ଫିଜିଓ ନିତିନ ପଟେଲ୍ ମଧ୍ୟ ଆଇସୋଲେସନରେ ଅଛନ୍ତି। ତେବେ ଦଳର ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେଣୁ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଶନିବାର ସନ୍ଧ୍ୟାରେ ଦଳର ସମସ୍ତ ସଦସ୍ୟଙ୍କ କରୋନା ପରୀକ୍ଷା କରାଯାଇଥିଲା।