ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଉ ତିନି ବର୍ଷ ବୃଦ୍ଧି | News Room Odisha

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଉ ତିନି ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଉ ତିନି ବର୍ଷ ପାଇଁ ବୃଦ୍ଧି କରାଯାଇଛି। ବିଜେପି ନେତୃତ୍ଵାଧୀନ ଏନଡିଏ ସରକାର ଅମଳରେ ଶକ୍ତିକାନ୍ତ ହେଉଛନ୍ତି ପ୍ରଥମ ଆରବିଆଇ ଗଭର୍ଣ୍ଣର ଯାହାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।

ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, କ୍ୟାବିନେଟର ନିଯୁକ୍ତି କମିଟି ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଭାବରେ ୧୦.୧୨.୨୦୨୧ ଠାରୁ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁନଃ ନିଯୁକ୍ତ କରାଯାଇଛି।

ଆରବିଆଇ ଗଭର୍ଣ୍ଣର ଭାବରେ ନିଯୁକ୍ତ ହେବା ପୂର୍ବରୁ ଦାସ ଅର୍ଥ ମନ୍ତ୍ରଣାଳୟରେ ଅର୍ଥନୈତିକ ବ୍ୟାପାର ସଚିବ ଥିଲେ। ତାଙ୍କୁ ତିନି ବର୍ଷ ପାଇଁ ୧୧ ଡିସେମ୍ବର ୨୦୧୮ରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଥିଲା। ଅର୍ଥ, ଟିକସ, ଶିଳ୍ପ ଏବଂ ଭିତ୍ତିଭୂମି ଭଳି ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଛନ୍ତି।
ଶକ୍ତିକାନ୍ତ ଦାସ ବିଶ୍ୱ ବ୍ୟାଙ୍କ, ଏସୀୟ ବିକାଶ ବ୍ୟାଙ୍କ (ଏଡିବି), ନୂତନ ବିକାଶ ବ୍ୟାଙ୍କ (ଏନଡିବି) ଏବଂ ଏସୀୟ ଭିତ୍ତିଭୂମି ବିନିଯୋଗ ବ୍ୟାଙ୍କ (ଏଆଇଆଇବି) ରେ ଭାରତର ବୈକଳ୍ପିକ ଗଭର୍ଣ୍ଣର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

RBIRBI Governor Shaktikanta Das