ପୁଣି ମହଙ୍ଗା ହେବ ଲୋନ୍, କ୍ରମାଗତ ପଞ୍ଚମ ଥର ରେପୋ ରେଟ୍ ବଢ଼ାଇଲା ଆରବିଆଇ | News Room Odisha

ପୁଣି ମହଙ୍ଗା ହେବ ଲୋନ୍, କ୍ରମାଗତ ପଞ୍ଚମ ଥର ରେପୋ ରେଟ୍ ବଢ଼ାଇଲା ଆରବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ(ଆରବିଆଇ) ମୁଦ୍ରା ନୀତି ସମୀକ୍ଷା ବୈଠକରେ କ୍ରମାଗତ ପଞ୍ଚମ ଥର ପାଇଁ ସୁଧ ହାର ବା ରେପୋ ରେଟ୍ ବୃଦ୍ଧି କରାଯାଇଛି। ଏଥର ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ରେପୋ ରେଟ୍ ୬.୨୫ ପ୍ରତିଶତରେ ପହଞ୍ଚି ଯାଇଛି। ଏ ଥରକୁ ମିଶାଇ ଚଳିତ ବର୍ଷ ସୁଧ ହାର ୨.୨୫ ପ୍ରତିଶତକୁ ବୃଦ୍ଧି ହୋଇଛି । ସୁଧ ହାର ବଢ଼ିବା ସହ ବ୍ୟାଙ୍କ ଲୋନ୍ ମଧ୍ୟ ମହଙ୍ଗା ହେବ ।

ଆରବିଆଇ ମେ ଏବଂ ସେପ୍ଟେମ୍ବର ମଧ୍ୟରେ ଲଗାତାର ତିନିଥର ସୁଧ ହାର ବି ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି | ଏହା ପୂର୍ବରୁ ଏଥିରେ ଏପ୍ରିଲରେ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଥିଲା ​​| ଖୁଚୁରା ମୁଦ୍ରାସ୍ଫୀତି ତିନି ମାସର ନିମ୍ନସ୍ତରକୁ ଆସିବା ପରେ ସୁଧ ହାରରେ ଅଧିକ ବୃଦ୍ଧି ହେବ ନାହିଁ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଆରବିଆଇ ଏଥର ମଧ୍ୟ ରେପୋ ରେଟ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।