ଦେଶର ଏହି ପାଞ୍ଚଟି ବ୍ୟାଙ୍କ ଉପରେ ଲାଗିଲା କଟକଣା, ଟଙ୍କା ଉଠାଇ ପାରିବେ ନାହିଁ ଗ୍ରାହକ | News Room Odisha

ଦେଶର ଏହି ପାଞ୍ଚଟି ବ୍ୟାଙ୍କ ଉପରେ ଲାଗିଲା କଟକଣା, ଟଙ୍କା ଉଠାଇ ପାରିବେ ନାହିଁ ଗ୍ରାହକ

ନୂଆଦିଲ୍ଲୀ: ଆର୍ଥିକ ଅବସ୍ଥା ବିଗିଡ଼ିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶର ପାଞ୍ଚଟି ସମବାୟ ବ୍ୟାଙ୍କ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇଛି। ଏହି କଟକଣା ଟଙ୍କା ଉଠାଇବା ଉପରେ ମଧ୍ୟ ଲାଗୁ କରାଯାଇଛି | ଏହି ବ୍ୟାଙ୍କଗୁଡିକ ଉପରେ କଟକଣା ୬ ମାସ ପର୍ଯ୍ୟନ୍ତ ଜାରି ରହିବ | ଆଇବିଆଇର ଏହି ପଦକ୍ଷେପ ଯୋଗୁଁ ବ୍ୟାଙ୍କର ଗ୍ରାହକମାନେ ବ୍ୟାଙ୍କରେ ଜମା ରଖିଥିବା ନିଜ ଟଙ୍କା ଉଠାଇ ପାରିବେ ନାହିଁ । ଅନ୍ୟପକ୍ଷରେ ଏହି ବ୍ୟାଙ୍କଗୁଡିକ ଆରବିଆଇର ଅନୁମତି ବିନା ନା କାହାକୁ ଋଣ ଦେଇପାରିବେ ନା କାହା ଠାରୁ ୠଣ ନେଇପାରିବେ। ଏହାଛଡ଼ା, ସେମାନେ ନିଜର କୌଣସି ସମ୍ପତ୍ତି ମଧ୍ୟ ବିକ୍ରି କରିପାରିବେ ନାହିଁ ।

ଏହି କଟକଣା ଗୁଡ଼ିକର ସମୀକ୍ଷା ଚାଲିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି। ଅର୍ଥାତ ବ୍ୟାଙ୍କଗୁଡିକର କାର୍ଯ୍ୟଦକ୍ଷତା ସମୀକ୍ଷା ପରେ ହିଁ କଟକଣା ହଟାଇବା କିମ୍ବା ଜାରି ରଖିବାକୁ ନିଷ୍ପତ୍ତି ହେବ। ଯଦି ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତିରେ ସୁଧାର ଆସେ, ତେବେ କଟକଣା ହଟାଯିବ। ଆରବିଆଇ ସ୍ପଷ୍ଟ କରିଛି ଯେ ଏହି ବ୍ୟାଙ୍କଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇନାହିଁ।

ଯେଉଁ ପାଞ୍ଚଟି ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇଛି, ସେଗୁଡ଼ିକ ହେଉଛି ଏଚସିବିଏଲ୍ କୋଅପରେଟିଭ୍ ବ୍ୟାଙ୍କ ଲକ୍ଷ୍ନୌ (ୟୁପି), ଆଦର୍ଶ ମହିଳା ନଗରୀ ସହକାରୀ ବ୍ୟାଙ୍କ ମରିୟାଦ୍ ଔରଙ୍ଗାବାଦ (ମହାରାଷ୍ଟ୍ର), ଶିମସା ସହକାରୀ ବ୍ୟାଙ୍କ ନିୟାମିତା ମାଡୁର, (କର୍ଣ୍ଣାଟକ), ଉରାବକୋଣ୍ଡା କୋଅପରେଟିଭ୍ ଟାଉନ୍ ବ୍ୟାଙ୍କ, ଉରାଭକୋଣ୍ଡା, (ଆନ୍ଧ୍ରପ୍ରଦେଶ) ଏବଂ ଶଙ୍କରରାଓ ମୋହିତ ପାଟିଲ୍ କୋଅପରେଟିଭ୍ ବ୍ୟାଙ୍କ, ଅକ୍ଲୁଜ୍ (ମହାରାଷ୍ଟ୍ର) | ଏଚସିବିଏଲ୍ କୋଅପରେଟିଭ୍ ବ୍ୟାଙ୍କ ଲକ୍ଷ୍ନୌ (ୟୁପି), ଆଦର୍ଶ ମହିଳ ନଗରୀ ସହକାରୀ ବ୍ୟାଙ୍କ ମରିୟାଦ୍ ଔରଙ୍ଗାବାଦ (ମହାରାଷ୍ଟ୍ର) ଏବଂ ଶିମସା ସାହାରା ବ୍ୟାଙ୍କ ନିୟାମିତା ମଦୁର, (କର୍ଣ୍ଣାଟକ) ଗ୍ରାହକମାନେ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ।